ଯଦି ଆପଣ କେବେ ମସଲାଯୁକ୍ତ କିଛି ଖାଦ୍ୟ ଖାଉଛନ୍ତି ଏବଂ ସେହି ସମୟରେ ଆପଣଙ୍କ ଦାନ୍ତ ତଳେ ଲଙ୍କାର ଟିକିଏ ଅଂଶ ଲାଗିଯାଉଛି ତାହେଲେ ଆପଣ ବ୍ୟସ୍ତ ହୋଇ ପଡିଥାନ୍ତି କିନ୍ତୁ ଥରେ ଭାବନ୍ତୁ ଯଦି ଆପଣଙ୍କୁଦୁନିଆର ସବୁଠାରୁ ରାଗ ଲଙ୍କା ଖାଇବାକୁ କୁହାଯାଏ ଏବଂ ତାହା ମଧ୍ୟ ସାଧାରଣ ଲଙ୍କାଠାରୁ ଦଶ ହଜାର ଗୁଣା ଅଧିକ ରାଗ ତାହେଲେ ଆପଣଙ୍କ ଅବସ୍ଥା କ’ଣ ହେବ ?
ଦୁନିଆରେ ଏପରି ଏକ ଲଙ୍କା ରହିଛି ଯାହା ଗିନିଜ ୱାର୍ଲ୍ଡ ରେକର୍ଡରେ ଅନ୍ତର୍ଭୁକ୍ତ । ଏହି ଲଙ୍କାର ତୀକ୍ଷ୍ଣତା ରାଗ ମାପିବା ସ୍କୋଭିଲ୍ ସ୍କେଲରେ 1.6 ମିଲିୟନ୍ ମପାଯାଇଥିଲା ଯଦିଓ ସାଧାରଣ ଲଙ୍କା ଏଥିରେ ମାତ୍ର 10 ହଜାର ହିଁ ହୋଇଥାଏ । ଏହି ଲଙ୍କାର ନାମ କେରୋଲିନା ରେପର୍ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିଲି ଖାଇବା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମୟରେ ଜଣେ ବ୍ୟକ୍ତି ଏହି ଲଙ୍କା ଖାଇଥିଲେ । 34 ବର୍ଷ ବୟସ୍କ ବ୍ୟକ୍ତି ଏହି ଲଙ୍କା ଖାଇବା ମାତ୍ରେ ତାଙ୍କ ଅବସ୍ଥା ଖରାପ ହୋଇଗଲା ଏବଂ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ନ୍ୟୁୟର୍କର ଏକ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା ।
ଉକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଲଙ୍କା ଖାଇବା ପରେ ବ୍ୟକ୍ତିଙ୍କ ଗଳା ଶୁଖିବାକୁ ଲାଗିଲା ଏବଂ ସେ ବାନ୍ତି କରିବାକୁ ଲାଗିଲେ । ବ୍ୟକ୍ତି ଜଣକଠାରେ ଭୟଙ୍କର ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ହେଉଥିଲା । ତେବେ ଲଙ୍କା ଖାଉଥିବା ବ୍ୟକ୍ତିଙ୍କର ତୁରନ୍ତ ସିଟି ସ୍କାନ୍ କରାଯାଇଥିଲା ଯେଉଁଥିରୁ ଜଣାପଡିଥିଲା ଯେ ଚିଲି ଖାଇବା ଦ୍ୱାରା ବ୍ୟକ୍ତିର ମସ୍ତିଷ୍କର ସ୍ନାୟୁ ସଙ୍କୁଚିତ ହୋଇଯାଇଥାଏ ।