ଏବେ ହ୍ଵାଟ୍ସଆପ୍‌ ୱେବ୍‌ରେ ବି କରିପାରିବେ ଅଡିଓ ଓ ଭିଡିଓ କଲ୍‌, ଖୁବ୍‌ଶୀଘ୍ର ଆସୁଛି ନୂଆ ଫିଚର

ଓ୍ଵାର୍କ ଫ୍ରମ୍‌ ହୋମ୍‌ ବେଳେ ହ୍ଵାଟ୍ସଆପ୍‌ ବେଶ୍‌ ସହାୟକ ସାବ୍ୟସ୍ତ ହୋଇଛି। ଏହାକୁ ବ୍ୟବହାର କରିବା ସୁବିଧା ତଥା ସହଜ ହୋଇଥିବାରୁ ସମସ୍ତେ ହ୍ଵାଟ୍ସଆପ୍‌ ବ୍ୟବହାର କରିବାକୁ ଇଚ୍ଛା କରୁଛନ୍ତି। କିନ୍ତୁ ବେଳେବେଳେ କେବଳ ମେସେଜ୍‌ ପଠାଇଲେ ହୁଏନି ସହକର୍ମୀଙ୍କୁ କଲ କରିବାକୁ ବି ପଡ଼ିଥାଏ। କଲ ଲଗାଇବା ପାଇଁ ୟୁଜର୍ସଙ୍କୁ ବାରମ୍ବାର ଫୋନ୍‌ ଦରକାର ପଡ଼େ। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ହ୍ଵାଟ୍ସଆପ୍‌ ନିଜ ୱେବ୍‌ ଭର୍ସନରେ ଅଡିଓ ଓ ଭିଡିଓ କଲ ଫିଚର ସାମିଲ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ହ୍ଵାଟ୍ସଆପ୍‌ ୱେବ୍‌ ତରଫରୁ ଜାରି କରାଯାଇଥିବା ଫଟୋରୁ ଜଣାପଡ଼ୁଛି ଯେ ଅଡିଓ ଓ ଭିଡିଓ କଲର ବଟନ୍‌ ସର୍ଚ୍ଚ ଆଇକନ୍‌ ସାଇଡ୍‌ରେ ମିଳିବ। ଫୋନ୍‌ ଲଗାଇବା ପାଇଁ ଓ ରିସିଭ୍‌ କରିବା ପାଇଁ ୟୁଜର ଏହାକୁ ବ୍ୟବହାର କରିପାରିବେ। ଏହା ବ୍ୟତୀତ ହ୍ଵାଟ୍ସଆପ୍‌ ଆଚାଟ୍‌ମେଣ୍ଟ ଡିଜାଇନ୍‌ରେ ବି କେତେକ ପରିବର୍ତ୍ତନ କରିଛି। କ୍ୟାମେରା ଓ ଗ୍ୟାଲେରୀ ଆଇକନ୍‌କୁ ଲାଲ ଓ ବାଇଗଣି ରଙ୍ଗକୁ ମିଶାଇ ନୂଆ ଲୁକ୍‌ ଦେବାକୁ ଚେଷ୍ଟା କରିଛି କମ୍ପାନୀ।

whatsapp2

ରିପୋର୍ଟ ମୁତାବକ ହ୍ଵାଟ୍ସଆପ୍‌ର ଲାଟେଷ୍ଟ ବିଟା ଆଣ୍ଡ୍ରଏଡ୍‌ ଭର୍ସନ ୨.୨୦୨୦୦.୬ରେ ନୂଆ ଷ୍ଟିକର ପ୍ୟାକ୍‌ ଆସୁଛି। ଏହି ପ୍ୟାକ୍‌କୁ ଆପ୍‌ରେ ଦିଆଯାଇଥିବା ଡିଫଲ୍ଟ ଷ୍ଟିକର ଲିଷ୍ଟରେ ଆଡ୍‌ କରାଯିବ। ନୂଆ ଷ୍ଟିକର ପ୍ୟାକ୍‌ର ନାମ Usagyuuun ଓ ଏହାକୁ Quan Inc କମ୍ପାନୀ ତିଆରି କରିଛି। ତେବେ ଏହି ଫିଚର ଆସିବା ପରେ ଲୋକଙ୍କ କାମ ଆହୁରି ହାଲ୍‌କା ହୋଇଯିବ ବୋଲି କମ୍ପାନୀ ଆଶାବ୍ୟକ୍ତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.