ଲୋକାର୍ପଣ ପାଇଁ ପ୍ରସ୍ତୁତ ବିଶ୍ୱର ଦୀର୍ଘତମ ହାଇୱେ ଟନେଲ, ମନାଲି-ଲେହ ମଧ୍ୟରେ କମିବ ୪୬ କିମି ଦୂରତା

କେନ୍ଯୁଜ୍: ଲୋକାର୍ପଣ ପାଇଁ ପ୍ରସ୍ତୁତ ବିଶ୍ୱର ଦୀର୍ଘତମ ହାଇୱେ ଟନେଲ । ୧୦ ହଜାର ଫୁଟ ଲମ୍ବର ଅଟଳ ଟନେଲ ମନାଲି-ଲେହ ରାସ୍ତାକୁ ସଂଯୋଗ କରୁଛି। ଏହାର ଓସାର ରହିଛି ୧୦.୫ ମିଟର । ଏହା ସହ ଏକ ମିଟର ଓସାରର ଫୁଟ୍‌ପାଥ୍‌ ମଧ୍ୟ ରହିଛି । ୧୦ ବର୍ଷରେ ପୂରା ହୋଇଛି ପ୍ରକଳ୍ପ ।

୬ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ଥିବା ବେଳେ ସରିବାକୁ ୧୦ ବର୍ଷ ଲାଗିଛି । ଟନେଲ୍‌ର ପ୍ରତି ୬୦ ମିଟର ବ୍ୟବଧାନରେ ସିସିଟିଭି କ୍ୟାମେରା ଲାଗିଛି । ପ୍ରତି ୫୦୦ ମିଟର ବ୍ୟବଧାନରେ ଜରୁରୀ କାଳୀନ ପ୍ରସ୍ଥାନ ଦ୍ୱାର ରହିଛି । ଟନେଲ ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ରହିଛି। ମନାଲି ଓ ଲେହ ମଧ୍ୟରେ ୪୬ କିଲୋମିଟର ଦୂରତା କମାଇବ ଏହି ଟନେଲ୍‌ । ଏହାର ଉତ୍ତର ପାର୍ଶ୍ୱ ରୋହତଙ୍ଗ ପାସ୍‌ ସହ ସଂଯୁକ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.