Below header

ଶୋଇଥିବା ବେଳେ ଯୁବକଙ୍କ ଫୋନ ଚୋରି କରି ନେଲା ମାଙ୍କଡ଼, ଖୁବ ଉଠାଇଲା ସେଲ୍ଫି, ଦେଖନ୍ତୁ ମଜାଦାର Video

ମାଙ୍କଡ଼ମାନେ ମସ୍ତିଖୋର ହୋଇଥାନ୍ତି। ଏମାନେ ମଣିଷର ନକଲ କରିବା ବହୁତ ଭଲ ଭାବେ ଜାଣିଥାନ୍ତି। ଯେଉଁ କାମ ସେ ମଣିଷଙ୍କୁ କରୁଥିବାର ଦେଖିବେ, ସେମାନେ ମଧ୍ୟ ସେହି କାମ କରିବାକୁ ଲାଗିବେ। ତେବେ ମାଙ୍କଡ଼, ମଣିଷ ଭଳି ହରକତ କରୁଥିବାର ଏକ ଘଟଣା ମାଲେସିଆରେ ଦେଖିବାକୁ ମିଳିଛି। ଏଠାରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣ ବି ନିଜ ହସ ରୋକିପାରିବେନି।

jkjj

ମାଲେସିଆର ୨୦ ବର୍ଷୀୟ ଜଣେ ଯୁବକ ଜ୍ୟାକ୍ରୀଡଜ ରୋଡଜିଙ୍କ କହିବା ହେଲା, ଦିନେ ଶୋଇବା ସମୟରେ ତାଙ୍କ ଫୋନ ଗାୟବ ହୋଇଯାଇଥିଲା। କିନ୍ତୁ ଏହା ସ୍ପଷ୍ଟ ହୋଇପାରି ନ ଥିଲା କି ମୋବାଇଲ କେମିତି ଗାୟବ ହୋଇଥିଲା। ତାଙ୍କୁ ଏହି ଘଟଣା ବହୁତ ଅଜବ ଲାଗିଥିଲା। ରୋଡଜିଙ୍କ ବାପା କହିଥିଲେ କି, ସେହି ଦିନ ସେ ଘର ବାହାରେ ଏକ ମାଙ୍କଡ଼ ବସିଥିବାର ଦେଖିବାକୁ ପାଇଥିଲେ। ତେଣୁ ପରିବାର ଲୋକେ ମାଙ୍କଡ଼କୁ ହିଁ ସନ୍ଦେହ କରିଥିଲେ।

ଫୋନ ଖୋଜିବା ପାଇଁ ସେମାନେ ସେହି ନମ୍ବରକୁ ରିଂ କରି ଜଙ୍ଗଲ ଆଡକୁ ଯାଇଥିଲେ। ଏହାରି ଭିତରେ ଏକ ଗଛ ତଳେ ଥିବା ସନ୍ତସନ୍ତିଆ ବୁଦା ଜାଗାରେ ଫୋନ ରିଂ ହେଉଥିବା ଶୁଣିବାକୁ ମିଳିଥିଲା। ସେହି ଜାଗାରେ ବହୁତ ଖୋଜାଖୋଜି ପରେ ଫୋନ ମିଳିଥିଲା। ତେବେ ରୋଡଜି ଯେତେବେଳେ ଫୋନ ଚେକ କରିବା ଆରମ୍ଭ କରିଥିଲେ, ତାଙ୍କୁ ମାଙ୍କଡ଼ର କିଛି ଫଟୋ ଦେଖିବାକୁ ମିଳିଥିଲା।

ଫୋନରେ ଏକ ଫଟୋ ଏମିତି ବି ରହିଛି, ଯେଉଁଥିରେ ମାଙ୍କଡ଼ ଫୋନ ଖାଉଥିବାର ଦେଖାଯାଉଛି। ସେହିପରି ତାଙ୍କ ଫୋନରେ କିଛି ଝାପ୍ସା ସେଲ୍ଫି, ପତ୍ର ଏବଂ ଗଛର କେତେଗୁଡିଏ ଫଟୋ ମଧ୍ୟ ଉଠାଯାଇଛି। ରୋଡଜି ଏହି ଫଟୋଗୁଡିକର ଏକ ଭିଡ଼ିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତାଙ୍କ କହିବା ହେଲା, ଏହି ସବୁ କାରନାମା ମାଙ୍କଡ଼ ହିଁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.