କେଉଁ ଡାଟା ପ୍ଲାନ ବ୍ୟବହାର କରିବେ ସେନେଇ ଦ୍ବନ୍ଦରେ ଅଛନ୍ତିକି, ତେବେ ଥରେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ

କରୋନା ମହାମାରୀ ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ଏକ ବଡ ପରିବର୍ତ୍ତନ ଆଣିଛି । କରୋନା ସଂକ୍ରମକୁ ରୋକିବା ପାଇଁ ଦେଶର ବିଭିନ୍ନ କାର୍ଯ୍ୟାଳୟ, କମ୍ପାନୀ ଆଦି ନିଜ ନିଜ କର୍ମଚାରୀଙ୍କ ସୁବିଧା ପାଇଁ ଘରୁ କାମ କରିବା ବା ବୋର୍ଙ୍କ ଫର୍ମ ହୋମ ସୁବିଧା ଜାରି କରିଛନ୍ତି । ଶିକ୍ଷା, ମନୋରଞ୍ଜନ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ କାମ ବର୍ତ୍ତମାନ ସମୟରେ ଅନଲାଇନ ଜରିଆରେ ହିଁ ହେଉଛି । ଏହି ସବୁ କାମକୁ ସହଜ କରିବା ପାଇଁ କିପରି କମ ବିନିମୟରେ ଅଧିକ ସ୍ପୀଡର ଡାଟା ସୁବିଧା ମିଳିପାରିବ ସେହି ସନ୍ଧାନରେ ଗ୍ରାହକ ମାନେ ଅଛନ୍ତି । ବିଭିନ୍ନ ଟେଲିକମ କମ୍ପାନୀ ମାନେ ମଧ୍ୟ ନିଜ ନିଜ ଗ୍ରାହକ ମାନଙ୍କୁ କମ ମୂଲ୍ୟରେ କିପରି ଉନ୍ନତ ଡାଟା ଯୋଗାଇପାରିବେ ସେନେଇ ଚେଷ୍ଟା ଜାରି ରଖିଛନ୍ତି । କେଉଁ ଡାଟା ପ୍ଲାନର ବ୍ୟବହାର ଉପଯୁକ୍ତ ହେବ ସେନେଇ ଦ୍ବନ୍ଦ୍ବରେ ରହୁଛନ୍ତି । ଉପଭୋକ୍ତାଙ୍କ ଏହି ଦ୍ବନ୍ଦ୍ବ ଦୂର କରିବା ପାଇଁ ଆମେ କିଛି ଡାଟା ପ୍ଲାନ ବିଷୟରେ ବିସ୍ତୃତ ବିବରଣୀ ଦେବାକୁ ଯାଉଛୁ ।

 

jio new

ଏୟାରଟେଲର ୩୪୯ ଟଙ୍କିଆ ରିଚାର୍ଜ ପ୍ଲାନ:

ଭାରତୀ ଏୟାରଟେଲ କମ୍ପାନୀ ୩୫୦ ଟଙ୍କାରୁ କାମ ମୂଲ୍ୟରେ ଏହି ଡାଟା ପ୍ଲାନ ଲଂଚ କରିଛି । ଏଥିରେ ଗ୍ରାହକ ମାନଙ୍କୁ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୨ ଜିବି ପର୍ଯ୍ୟନ୍ତର ଡାଟା ସୁବିଧା ମିଳିପାରିବ । ଅର୍ଥାତ ଏହି ପ୍ଲାନରେ ମୋଟ ୫୬ ଜିବି ଡାଟା ମିଳିପାରିବ । ଏହାବାଦ ଏହି ପ୍ଲାନରେ ଅନଲିମିଟେଡ଼ କଲ ସୁବିଧା ମିଳୁଥିବା ବେଳେ ପ୍ରତିଦିନ ୧୦୦ ଏସଏମଏସ ସୁବିଧା ମଧ୍ୟ ମିଳିପାରିବ ।

ଭୋଡ଼ାଫୋନ ର ୩୫୧ଟଙ୍କିଆ ପ୍ଲାନ:

ଭୋଡାଫୋନ କମ୍ପାନୀ ଗ୍ରାହକଙ୍କୁ ଦେଉଥିବା ୩୫୧ ଟଙ୍କିଆ ପ୍ଲାନରେ ୧୦୦ ଜିବି ଡାଟା ସୁବିଧା ଦେଉଛି । ଯାହାର ଅବଧି ୫୬ ଦିନ ପର୍ଯ୍ୟନ୍ତ ରହିବ ।ଅଧିକ ଡାଟା ୟୁଜର ମାନଙ୍କ ପାଇଁ ଏହି ପ୍ଲାନ ଉପଯୁକ୍ତ ହେବ । କିନ୍ତୁ କମ୍ପାନୀର ଏହି ପ୍ଲାନ ସୁବିଧା ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ, କେରଳ, ମଧ୍ୟପ୍ରଦେଶ ପରି ରାଜ୍ୟ ମାନଙ୍କରେ ହିଁ ଏହି ଡାଟା ପ୍ଲାନ ଉପଯୁକ୍ତ ହେବ ।

ଜିଓର ୩୪୯ଟଙ୍କିଆ ପ୍ଲାନ:

ରିଲିଆନ୍ସ ଜିଓ ଦ୍ୱାରା ଲଂଚ ହୋଇଥିବା ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୩ ଜିବି ପର୍ଯ୍ୟନ୍ତ ଡାଟା ସୁବିଧା ମିଳିପାରିବ । ଏହାବାଦ ଏଫୟୁପି କଳିଙ୍ଗ ପାଇଁ ୧୦୦୦ ମିନିଟର ଅବଧି ମିଳିବ । ଏହି ପ୍ଲାନରେ ପ୍ରତିଦିନ ୧୦୦ ଏସଏମଏସ ସୁବିଧା ବି ମିଳିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.