Below header

କଟକ, ଭୁବନେଶ୍ୱରରେ କରୋନା କଟକଣା ହେବ ଜୋରଦାର, ଯାଞ୍ଚପାଇଁ ଅଧିକ ୫୦ ଅଫିସର ଓ ୫ ପ୍ଲାଟୁନ୍‌ ପୋଲିସ ହେବ ନିୟୋଜିତ

କେନ୍ୟୁଜ୍(ବ୍ୟୁରୋ): ଟ୍ଵିନ୍‌ସିଟିରେ ଆହୁରି କଡ଼ାକଡ଼ି ହେବ ଏନ୍‌ଫୋର୍ସମେଣ୍ଟ । କଟକ, ଭୁବନେଶ୍ୱରରେ କରୋନା କଟକଣାକୁ ଜୋରଦାର କରାଯିବ । ବଜାର ଅଞ୍ଚଳ, ହଟ୍‌ସ୍ପଟରେ କଡ଼ାକଡ଼ି ହେବ କୋଭିଡ ଯାଞ୍ଚ । ଯାଞ୍ଚ ପାଇଁ ଭୁବନେଶ୍ୱରକୁ ୩ଟି  ‌ ଜୋନରେ ଭାଗ କରାଯାଇଛି । ପ୍ରତି ଜୋନ୍‌ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ DCP । ଏଥିରେ ଅଧିକ ୫୦ ଅଫିସର, ୫ ପ୍ଲାଟୁନ୍‌ ପୋଲିସ ନିୟୋଜିତ ହେବ । ଟ୍ଵିନ୍‌ସିଟି ପୋଲିସକୁ ଅଧିକ PPE କିଟ୍‌ ଯୋଗାଇ ଦିଆଯିବ । କୋଭିଡ ଆକ୍ରାନ୍ତ ପୋଲିସକୁ ମିଳିବ ଉନ୍ନତ ଚିକିତ୍ସା । ଲୋକଙ୍କ ସହଯୋଗରେ ହେବ ସଚେତନତା କାର୍ଯ୍ୟକ୍ରମ କରାଯିବ ।

ପୋଲିସ ଡିଜି ଅଭୟ ଆଜି ଏକ ବୈଠକରେ ସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ପୋଲିସ କମିଶନର, IG ଆଇନ ଶୃଙ୍ଖଳା, କଟକ ଓ ଭୁବନେଶ୍ୱରର DCP ସାମିଲ ହୋଇଥିଲେ । ରାଜ୍ୟର ଅନ୍ୟ ଅଞ୍ଚଳରେ କୋଭିଡ୍‌ ନିୟମ ପାଳନ ସନ୍ତୋଷ ଜନକ ଥିବା ବେଳେ ଭୁବନେଶ୍ୱର-କଟକ କମିଶନରେଟ ଅଂଚଳରେ ସେତେଟା ଉତ୍ସାହ ଜନକ ନାହିଁ। ତେଣୁ ଟ୍ଵିନ୍‌ ସିଟିରେ କୋଭିଡ୍‌ ନିୟମ କାର୍ଯ୍ୟକାରୀତାରେ ପୋଲିସ ଡିଜି ପ୍ରତ୍ୟକ୍ଷ ଦୃଷ୍ଟି ଦେବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.