Below header

କରୋନା ଉପରେ ବିଜୟ ପ୍ରାପ୍ତ କଲେ ଶହେ ବର୍ଷର ବୃଦ୍ଧା

ଗୌହାଟି : କରୋନା ଦେଶରେ ଏବେ ଆତଙ୍କ ସ୍ଥିତିରେ ପହଞ୍ଚିଛି । ଦିନକୁ ଯେଭଳି ଭାବରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି ମୃତକଙ୍କ ସଂଖ୍ୟା ମଧ୍ୟ ସେପରି ବଢ଼ି ଚାଲିଛି । ଅଳ୍ପ ବୟସର ବ୍ୟକ୍ତି ବା ଯୁବକ କରୋନାରେ ମୃତ୍ୟୁ ବରଣ କରୁଥିବା ବେଳେ ଜଣେ ୧୦୦ ବର୍ଷର ବୃଦ୍ଧା କରୋନା ଉପରେ ବିଜୟ ହୋଇଛନ୍ତି । ବୃଦ୍ଧା ଜଣକ ହେଉଛନ୍ତି ଆସାମର ମାଇ ହାଣ୍ଡିକ ।

assam

ସେ ମଦର୍ସ ଓ୍ଵଲ୍ଡ ଏଜ୍‌ ହୋମ୍‌ରେ ରହୁଥିଲେ । ତାଙ୍କୁ ୧୦୦ ବର୍ଷ ହୋଇଥିବା ବେଳେ ୧୦ ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଗୈାହାଟିର ମହେନ୍ଦ୍ର ମୋହନ ଚୈାଧୁରୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଡାକ୍ତରମାନେ ବୃଦ୍ଧାଙ୍କ ବଞ୍ଚିବା ଆଶା ଛାଡିଦେଇଥିଲେ । ହେଲେ ସପ୍ତାହ କାଳ ଚିକିତ୍ସା ପରେ ବୃଦ୍ଧା ଜଣକ କରୋନାରୁ ସୁସ୍ଥ ହୋଇ ଗତକାଲି ଘରକୁ ଫେରିଛନ୍ତି ।

 

ଏହି ଓ୍ଵଲ୍ଡ ଏଜ୍‌ ହୋମ୍‌ରେ ପ୍ରାୟ ୧୨ ଜଣ ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏଥିରୁ ୫ ଜଣ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି । ବୃଦ୍ଧାଙ୍କ ସୁସ୍ଥ ହେବା ଘଟଣାରେ ସେଠାକାର ଡାକ୍ତର ଓ ନର୍ସମାନେ ଏକ ପାର୍ଟି କରିଥିଲେ । ଯେଉଁଥିରେ ବୃଦ୍ଧା ଜଣକ ଗୀତ ଗାଉଥିବା ଦେଖିବାକୁ ମିଳିଛି । ତେବେ ବୃଦ୍ଧାଙ୍କର ଦୃଢ଼ ମନୋବଳ ଯୋଗୁ ସେ କରୋନାରୁ ମୁକୁଳିଥିବା ନେଇ ଡାକ୍ତରମାନେ ମତ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.