ଏବେ ପାଠପଢ଼ା ବି ଡୋରଷ୍ଟେପ ଡେଲିଭରି, ମୋଟର ସାଇକେଲ ସାହାଯ୍ୟରେ ଘରେ ଘରେ ବୁଲି ପହଞ୍ଚାଉଛନ୍ତି ଶିକ୍ଷା

ଘରେ ପହଞ୍ଚାଉଛନ୍ତି ଶିକ୍ଷା ବା ଆପଣ ଏମିତି ବି କହିପାରିବେ ଯେ ଡୋରଷ୍ଟେପ ଡେଲିଭରି । ମଟର ସାଇକେଲ ସାହାଯ୍ୟରେ ପାଠପଢା ଯୋଗାଉଛନ୍ତି ଶିକ୍ଷକ । ଆଜ୍ଞା ହଁ ଛତିଶଗଡ଼ କୋରିଆର ଜଣେ ଶିକ୍ଷକ ପାଠପଢେଇବା ପାଇଁ ଏକ ଭିନ୍ନ ତରିକା ଆପଣେଇଛନ୍ତି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ରୁଦ୍ର ରାଣା ନାମକ ଜଣେ ଶିକ୍ଷକ ଗ୍ରାମାଞ୍ଚଳରେ ଘର ଘର ବୁଲି ଶିକ୍ଷା ଯୋଗାଇ ଦେଉଛନ୍ତି । ତେବେ ତାଙ୍କର ପାଠପଢାଇବାର ଶୈଳୀ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ । ଦେଖନ୍ତୁ ସେ କିପରି ଭାବେ ପାଠ ପଢାଉଛନ୍ତି ।

video courtesy ‘ANI’

‘ମୋହଲା’ କ୍ଳାସ ସେ ନିଜ ମୋଟର ସାଇକେଲ ଦ୍ୱାରା ନେଉଛନ୍ତି, ତେବେ କରୋନା ଯୋଗୁଁ ଗ୍ରାମାଞ୍ଚଳର ଯେଉଁ ପିଲାମାନେ ପାଠପଢ଼ାରୁ ବଂଚିତ ଅଛନ୍ତି ରୁଦ୍ରଙ୍କର ଏହି କାର୍ଯ୍ୟ ଦ୍ୱାରା ସେମାନେ ଉପକୃତ ହୋଇପାରିଛନ୍ତି । କେବଳ ସେତିକି ନୁହେଁ ସେ ତାଙ୍କ ମୋଟର ସାଇକେଲରେ ବ୍ଲାକବୋର୍ଡ ସହିତ ଏକ ବଡ଼ ଛତା ମଧ୍ୟ ରଖୁଛନ୍ତି । ଯାହା ତାଙ୍କୁ ଖରା ବର୍ଷାରୁ ସୁରକ୍ଷା ଦେବା ସହିତ ସେ ଅତି ସହଜରେ ପାଠ ବି ପଢ଼ାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.