ଆମ୍ଭେମାନେ ଅନେକ ପ୍ରକାର ମ୍ୟୁଜିୟମ ବିଷୟରେ ଶୁଣିଥିବେ କିମ୍ବା ଦେଖିଥିବେ,କିନ୍ତୁ କେବେ ଆପଣ ଚକୋଲେଟ ମ୍ୟୁଜିୟମ ବିଷୟରେ ଶୁଣିଛନ୍ତି କି ? ଏପରି ଏକ ଚକୋଲେଟ ମ୍ୟୁଜିୟମ ରହିଛି ସ୍ୱିଜରଲ୍ୟାଣ୍ଡର ଜ୍ୟୁରିକ ସହରରେ । ଯାହା ୧୩ ସେପ୍ଟେମ୍ବରରୁ ସମସ୍ତଙ୍କ ପାଇଁ ଖୋଲାଯାଇଛି।
୬୫,୦୦୦ ବର୍ଷ ଫୁଟ ଅଞ୍ଚଳରେ ନିର୍ମିତ ଏହି ଚକୋଲେଟ ମ୍ୟୁଜିୟମର ନାମ ଲିଣ୍ଟ ହୋମ ଅଫ ଚକୋଲେଟ ରହିଛି। ଏହି ସ୍ୱତନ୍ତ୍ର ମ୍ୟୁଜିୟମ ଭିତରେ ସବୁ ଜିନିଷ ଚକୋଲେଟରେ ପ୍ରସ୍ତୁତ କରାଯାଇଛି। କେବଳ ଏତିକି ନୁହେଁ, ଏହି ମ୍ୟୁଜିୟମରେ ୩୦ ଫୁଟ ଉଚ୍ଚ ଫାଉଣ୍ଟେନ ରହିଛି, ଯାହା ଆକର୍ଷଣର ପ୍ରମୁଖ କେନ୍ଦ୍ରବିନ୍ଦୁ ରହିଛି। ଏହି ମ୍ୟୁଜିୟମ ନିଜ ଭିତରେ ସ୍ୱତନ୍ତ୍ର। ଏହା ଭିତରେ ଦୁନିଆର ସବୁଠାରୁ ବଡ ଲିଣ୍ଟ ଚକୋଲେଟ ଦୋକାନ ରହିଛି। ଯାହାର ଉଦ୍ଘାଟନ ଲୋକପ୍ରିୟ ଟେନିସ ଖେଳାଳି ରୋଜର ଫେଡରର କରିଥିଲେ।
ବିଶ୍ୱରେ ଚକୋଲେଟର ରାଜଧାନୀ ଭାବେ ଜ୍ୟୁରିକ ସହର ବେଶ ଜଣାଶୁଣା। କୁହାଯାଏ, ଏହି ସହରରେ ଉତ୍ପାଦିତ ହେଉଥିବା ଚକୋଲେଟ ସବୁଠାରୁ ଭଲ କ୍ୱାଲିଟି ଏବଂ ସ୍ୱାଦିଷ୍ଟ ରହିଥାଏ। ସ୍ୱିସ ଚକୋଲେଟ୍ ପ୍ରସ୍ତୁତି ହେବାରେ ଇତିହାସ ଜାଣିବା ପାଇଁ ଏହି ମ୍ୟୁଜିୟମକୁ ଅନେକ ଲୋକ ଆସନ୍ତି।
ଏହି ଅଦ୍ଭୁତ ମ୍ୟୁଜିୟମକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଫେରିବା ସମୟରେ କିଛି ନା କିଛି ଉପହାର ଘରକୁ ନେଇ ଯାଆନ୍ତି। ଏହାଛଡା ଏଠାରେ ଥିବା ଚକୋଲେଟେରିଆରେ ଲୋକଙ୍କୁ ନିଜ ହାତରେ ଚକୋଲେଟ ପ୍ରସ୍ତୁତ କରିବା ପାଇଁ ସୁଯୋଗ ମିଳିଥାଏ। ଏହି ମ୍ୟୁଜିୟମରେ କୋକୋ ବିନ୍ସ ଉତ୍ପାଦନର ଆରମ୍ଭ, ଚକୋଲେଟ ଉତ୍ପାଦନର ଇତିହାସର ଝଲକ ଦେଖିବାକୁ ମିଳିଥାଏ।
‘ଲିଣ୍ଟ ହୋମ ଅଫ ଚକୋଲେଟ’ରେ କ୍ୟାଫେଟେରିଆରେ ଭଳି ଚକୋଲେଟେରିଆ ମଧ୍ୟ ରହିଥାଏ। ଯେଉଁଠାରେ କଫି ଭଳି ଲୋକଙ୍କୁ ପସନ୍ଦ ଆସୁଥିବା ଚକୋଲେଟ ପ୍ରସ୍ତୁତ କରି ଦିଆଯାଏ।