ବିଜୁ ପକ୍କାଘର ତାଲିକାରେ ନାମ ନଥିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ ମହିଳା

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଦାସିଙ୍ଗବାଡ଼ି ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ ମହିଳା। ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଣଙ୍କ ହେଉଛନ୍ତି ମୀନକେତନ ପ୍ରଧାନ। ତାଙ୍କୁ ଅଞ୍ଜଳି ନାୟକ ନାମକ ଜଣେ ମହିଳା ବିଜୁ ପକ୍କାଘର ପାଇବାରୁ ବଞ୍ଚିତ ହୋଇଥିବାରୁ ଉତକ୍ଷିପ୍ତ ହୋଇ ଏପରି ତାଲା ପକାଇ ଦେଇଥିଲେ ।

ମହିଳା ଜଣଙ୍କ କହିବା କଥା ତାଙ୍କ ଠାରୁ ଧନିଲୋକ କିପରି ବିଜୁ ପକ୍କାଘର ପାଉଛନ୍ତି । ସେମାନଙ୍କର ନା ତାଲିକାରେ ଆସୁଛି ଅଥଚ ତାଙ୍କର କାହିଁକି ଆସିନାହିଁ । ତେବେ ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଜଣଙ୍କ ଭତ୍ତା ବାଣ୍ଟିବା ସମୟରେ ମହିଳା ଜଣଙ୍କ ପଞ୍ଚାୟତ ଭିତରେ ତାଲା ପକାଇ ଦେଇଥିଲେ ବୋଲି ସୂଚନା ମିଳଛି ।

ଯାହା ଫଳରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉତେଜନା ସୃଷ୍ଟି ହୋଇଥିଲା । ପଞ୍ଚାୟତ ନିର୍ବାହିହୀ ଅଧିକାରୀ ପରେ ବିଡ଼ିଓଙ୍କୁ ଏନେଇ ଖବର ଦେଇଥିଲେ । ବିଡ଼ିଓ ଅଭିମନ୍ୟୁ ବେହେରା ତୁରନ୍ତ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କୁ ଜଣାଇବାପରେ ଥାନା ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି  ମହିଳାଙ୍କୁ ବୁଝାଇବାସହ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.