ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି ୪ ପ୍ରାଣୀ କୁଟୁମ୍ବ, ମିଳୁନି ଦିବ୍ୟାଙ୍ଗ ଭତ୍ତା କିମ୍ବା ପକ୍କାଘର

ଝାରସୁଗୁଡ଼ା(କେନ୍ୟୁଜ୍‌): ଗରିବ ଦିବ୍ୟାଙ୍ଗ ଲୋକଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କାହିଁ କେତେ ଯୋଜନା କରିଛନ୍ତି । ଦିବ୍ୟାଙ୍ଗ ମାନଙ୍କୁ ସମସ୍ତ ସରକାରୀ ବେସରକାରୀ ଚାକିରୀରେ ମଧ୍ୟ ତାଙ୍କୁ ଅଗ୍ରଧିକାର ଦିଆଯାଇଛି । ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ସାମିଲ କରାଯାଇଛି । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଜାମଗାଁରେ । ଦିବ୍ୟାଙ୍ଗ ହେଲେବି ମିଳୁନି ଭତ୍ତା କି ଭଙ୍ଗା ଦଦରା ଘରେ ରହିଥିଲେ ମଧ୍ୟ ମୁଳୁନି ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା।

ଜାମଗାଁର ଭିନ୍ନକ୍ଷମ ସୁରନ୍ଦ୍ରେ ଗଡୁଆଲ(୪୦)ଙ୍କ ଚାରି ପ୍ରାଣୀ କୁଟୁମ୍ବ ଭଙ୍ଗା ଦଦରା ଘରେ ଦିନ କାଟୁଥିଲେ ମଧ୍ୟ ସେମାନଙ୍କୁ ପକ୍କା ଘରଟିଏ ମିଳିପାରୁ ନାହିଁ । ଅନ୍ୟପଟେ ସୁରେନ୍ଦ୍ର ଓ ତାଙ୍କ ପୁଅ ଶୁଭମ ଗଡୁଆଲ(୮) ଦିବ୍ୟାଙ୍ଗ ଅଟନ୍ତି । ୬ ମାସ ପୂର୍ବରୁ ସେମାନେ ଦିବ୍ୟାଙ୍ଗ ସାର୍ଟିଫିକେଟ ପଂଚାୟତ କାର୍ଯ୍ୟାଳୟରେ ପ୍ରଦାନ କରି ଭତ୍ତା ଆବେଦନ କରିଥିଲେ, ହେଲେ ଆଜି ଯାଏଁ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳି ନାହିଁ । ଫଳରେ ଅତି ଦୟନୀୟ ଅବସ୍ଥାରେ ସେମାନେ ଦିନ କାଟୁଥିବା ସୁରେନ୍ଦ୍ର କହିଛନ୍ତି । ସୁରେନ୍ଦ୍ର ଜଣେ ପରିଶ୍ରମି ଯୁବକ ଥିଲେ । ହୀରାକୁଦ ଜଳଭଣ୍ଡାରରୁ ମାଛଧରି ପରିବାର ଗୁଜୁରାଣ କରୁଥିଲେ । ଗାଁରେ ସୁରେନ୍ଦ୍ର ଜଣେ ପରୋପକାରୀ ଭାବରେ ବେସ୍‌ ଜଣାସୁଣା । କିନ୍ତୁ କ’ଣ ହେଲା କେଜାଣି ୬ ବର୍ଷ ପୂର୍ବେ ସୁରେନ୍ଦ୍ରର ଆଖି ଧିରେ ଧିରେ ଦୃଷ୍ଟି ଶକ୍ତି କମିବାରେ ଲାଗିଲା । ପରେ ସୁରେନ୍ଦ୍ରଙ୍କ ପତ୍ନୀ ଭୂମିସୁତା ପତି ଏବଂ ପୁଅକୁ ନେଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ସୁରେନ୍ଦ୍ରଙ୍କର ଥରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା କିନ୍ତୁ କିଛି ସୁଫଳ ମିଳିଲା ନାହିଁ।

jharsuguda2ସେମିତି ଭିନ୍ନକ୍ଷମ ପୁଅ ଶୁଭମକୁ ମଧ୍ୟ ଝାରସୁଗୁଡ଼ା ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ସେତେବେଳେ ଡ଼ାକ୍ତର ଶୁଭମ ଔଷଧରେ ଠିକ ହେଇଯିବ ବୋଲି କହିଥିଲେ । ଥରେ ଝାରସୁଗୁଡ଼ାରୁ ଶୁଭମ ପାଇଁ ଔଷଧ କିଣି ଭୁମିସୂତା ଆଣିଥିଲେ କିନ୍ତୁ ଅର୍ଥ ଅଭାବରୁ ଆଉ ଦାମିକିଆ ଔଷଧ କିଣିବା ଭୁମିସୂତାଙ୍କ ପାଇଁ କାଠିକର ପାଠ ହୋଇପଡ଼ିଲା । ଫଳରେ ଭିନ୍ନକ୍ଷମ ପୁଅର ଚିକିତ୍ସା ମଧ୍ୟ ଅଧାରେ ରହିଯାଇଥିଲା ।

ଭୁମିସୂତାଙ୍କର ଏକତିନି ବର୍ଷର ଝିଅ କୌଶଲ୍ୟା ମଧ୍ୟ ରହିଛି । ସୁରେନଦ୍ରର ଆଖି ଚାଲିଯିବାପରେ ଏବେ ଘର ଚଳାଇବା ଦାୟିତ୍ୱ ଭୁମିସୂତାଙ୍କ ଉପରେ । କେତେବେଳେ ଭୁମିସୂତା ଜଳଭଣ୍ଡାରରୁ ମାଛଆଣି ତାକୁ ସୁଖୁଆ କରି ବିଭିନ୍ନ ହାଟରେ ବିକ୍ର କରୁଛନ୍ତି ତ କେତେବେଳେ ଅନ୍ୟଘରେ ମୁଲ ଲାଗି ଯାହାମିଳେ ତାହା ପରିବାର ପୋଷଣ ହୁଏ । ଲକଡ଼ାଉନ ପାଇଁ ତାହା ମଧ୍ୟ ବନ୍ଦ ହୋଇ ରହିଛି । ଭଙ୍ଗାଘରେ ଅତି ଦୟନିୟ ଅବସ୍ଥାରେ ସୁରେନ୍ଦ୍ରଙ୍କ ପରିବାର ରହୁଛନ୍ତି। ଏନେଇ ତାଙ୍କ ପରିବାରକୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉ କି ବିଜୁ ପକ୍କା ଘର ଯୋଜନାରେ ଖଣ୍ଡିଏ ଘର ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି। ଏନେଇ ଗ୍ରାମ ପଂଚାୟତବର୍ତ୍ତମାନ ପର୍ଯ୍ୟନ୍ତ ସୁରେନ୍ଦ୍ରଙ୍କୁ ଭତ୍ତା ଟଙ୍କା ଏବଂ ଘର ଖଣ୍ଡିଏ ଦେବାକୁ କାହିଁକି ଆଗଭର ହୋଇନାହିଁ ତାହା ସାଧାରଣରେ ପ୍ରଶ୍ନ ଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.