ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ୍: ଆତ୍ମହତ୍ୟା ପାଇଁ ଚେଷ୍ଟା କରୁଥିବାବେଳେ ଉଦ୍ଧାର କଲେ ପରିବାର ଲୋକେ, ଅଭିଯୁକ୍ତ ଗିରଫ

ମାହାଙ୍ଗା: ନାବାଳିକାଙ୍କର ନଗ୍ନ ଫଟୋ ଭାଇରାଲ୍ କରି ଗିରଫ ହେଲେ ଜଣେ ଯୁବକ। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଂଚାୟତରେ l ପୁରୁଷୋତ୍ତମପୁର ଗ୍ରାମର ବିକ୍ରମ କେଶରୀ ସ୍ୱାଇଁଙ୍କ ନାବାଳିକା ଝିଅର ନଗ୍ନ ଫଟୋ ଲଳିତଗିରି ଗ୍ରାମର ଦୀପକ କୁମାର ନାୟକ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ l ଏପରିକି ନାବାଳିକାଙ୍କୁ ବିବାହ କରିବା ପାଇଁ ଧମକ ଦେବା ସହ ତାଙ୍କ ପରିବାର ଲୋକଙ୍କୁ ମାରିଦେବାକୁ ଧମକ ଦେଇଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ l

 ନାବାଳିକାଙ୍କ ଫଟୋ ଭାଇରାଲ୍ ହେବାପରେ ସମୃକ୍ତା ନାବାଳିକା ଆତ୍ମହତ୍ୟା ପାଇଁ ଚେଷ୍ଟା କରୁଥିବାବେଳେ ପରିବାର ଲୋକେ ଉଦ୍ଧାର କରିଛନ୍ତି l ଏହି ଘଟଣାରେ ମାହାଙ୍ଗା ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ଦୀପକକୁ ଗିରଫ କରି ଥାନାରେ ଅଟକ ରଖିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.