Happy Birthday ଲତା ମଙ୍ଗେସକର, ପିତାଙ୍କ ମୃତ୍ୟୁ ପରେ ନିଜେ ଉଠାଇଲେ ପରିବାର ବୋଝ

ଭାରତର ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେସକର ଆଜି ଅର୍ଥାତ୍‌ ସେପ୍ଟେମ୍ବର ୨୮ ରେ ୯୦ ବର୍ଷରେ ପାଦ ଥାପିଛନ୍ତି।୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ଲତା। ସ୍ୱର ସାମ୍ରଜ୍ଞୀ, ବୁଲବୁଲ, କୋକିଳ କଣ୍ଠି ଏମିତି ନାମରେ ବେଶ ପରିଚିତ ଲତା ମଙ୍ଗେସକର। ମଧୁବାଲାଙ୍କ ଠାରୁ ଆରମ୍ଭ କରି ମାଧୁରୀ, କାଜୋଲଙ୍କ ପାଇଁ ନିଜ କଣ୍ଠ ଦୋନ କରିଛନ୍ତି ଲତା। ସେ ଏଯାବତ୍ ୩୦ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। ତେଣୁ ୧୯୧୯ରେ ଗିଜିନ ବୁକ୍‌ ଅଫ ଓ୍ଵାଲର୍ଡ ରେକଡର୍ସରେ ତାଙ୍କ ନାମ ରହିଛି। ଲତା ଦୁନିଆର ସବୁଠାରୁ ଅଧିକ ଗୀତ ରେକର୍ଡ କରିଥିବା ଗାୟିକା। ଭଜନ, ଗଜଲ, କବାଲୀ, ଶାସ୍ତ୍ରୀୟ ସଂଗୀତ ଇତ୍ୟାଦି ସବୁକିଛି ଗାଇଛନ୍ତି ଲତା।

ଲତାଙ୍କ ଜୀବନ ସଫଳତାରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ଛୋଟବେଳେ ତାଙ୍କୁ ଅନେକ ସଂଘର୍ଷର ସାମ୍ନା କରୁବାକୁ ପଡିଥିଲା। ଯେତେବେଳେ ସେ ୧୩ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ପିତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଏହାପରେ ଲତାଙ୍କ ବାପାଙ୍କ ସାଙ୍ଗ ମାଷ୍ଟର ବିନାୟକ ତାଙ୍କୁ ସଙ୍ଗୀତ ଏବଂ ଅଭିନୟ ଦୁନିଆକୁ ଆଣିଥିଲେ। ୧୯୪୨ ମସିହାରେ ଲତା ଏକ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।

lata

ଭାରତ ରତ୍ନ ପୁରସ୍କାର ପାଇଥିବା ଲତା ମଙ୍ଗେଶକରଙ୍କୁ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ ସମେତ ଅନେକ ବିଶ୍ୱବିଦ୍ୟାଳୟରେ ସମ୍ମାନିତ କରାଯାଇଛି। ଲତା ତାଙ୍କ ସିନେ କ୍ୟାରିୟରରେ ବହୁତ ସମ୍ମାନ ପାଇଥିଲେ | ସେ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଥମ ମହିଳା ଯିଏକି ଭାରତ ରତ୍ନ ଏବଂ ଦାଦା ସାହେବ ଫାଲକେ ପୁରସ୍କାର ପାଇଛନ୍ତି।

Leave A Reply

Your email address will not be published.