ଆଜିଠୁ ସାରା ରାଜ୍ୟରେ ବିଜେଡିର ଜନସଚେତନତା ଅଭିଯାନ

ଭୁବନେଶ୍ବର: କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଆଜିଠୁ ବିଜେଡି କରିବ ଜନସଚେତନତା ଅଭିଯାନ। ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସବୁ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକଙ୍କୁ ଚିଠି ଲେଖି ଜନ ସଚେତନତା କରିବା ପାଇଁ କହିଛନ୍ତି ।

ପ୍ରତ୍ୟେକ ପଂଚାୟତରେ ମାସ୍କ ବଣ୍ଟନ କରିବା ପାଇଁ କୁହାଯାଇଛି। ଟେଷ୍ଟିଂ ବ୍ୟବସ୍ଥା କରିବେ। କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ଏବଂ ପ୍ଲାଜମା ଦାନ ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଭଳି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ଦଳ ପକ୍ଷରୁ ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.