ଆଜି ୧୫୧ ତମ ଗାନ୍ଧି ଜୟନ୍ତୀ ପାଳନ କରୁଛି ଦେଶ: ସତ୍ୟ ଏବଂ ଅହିଂସା ପ୍ରତି ବାପୁଙ୍କ ବିଚାର ସର୍ବଦା ସାରା ବିଶ୍ୱକୁ ଦେଇ ଆସିଛି ମାର୍ଗଦର୍ଶନ

ନୂଆଦିଲ୍ଲୀ: ଆଜି ମହାତ୍ମା ଗାନ୍ଧି ଜୟନ୍ତୀ । ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ଦେଶରେ ଗାନ୍ଧି ଜୟନ୍ତୀ ରୂପେ ପାଳନ କରାଯାଉଛି । ଭାରତକୁ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା ଦେବାରେ ପ୍ରମୁଖ୍ୟ ଭୂମିକା ଗ୍ରହଣ କରିଥିବା ମହାତ୍ମା ଗାନ୍ଧିଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ ତାରିଖରେ ଗୁଜରାଟର ପୋର୍‌ବନ୍ଦରରେ ହୋଇଥିଲା । ତାଙ୍କରି ସ୍ମୃତିରେ ଚଳିତ ଥର ଗାନ୍ଧିଜୀଙ୍କ ୧୫୧ ତମ ଜୟନ୍ତୀ ପାଳନ କରୁଛି ଦେଶ ।

ସତ୍ୟ ଏବଂ ଅହିଂସା ପ୍ରତି ବାପୁଙ୍କ ବିଚାର ସର୍ବଦା ପୂରା ବିଶ୍ୱକୁ ମାର୍ଗଦର୍ଶନ ଦେଇଆସିଛି । ବାପୁଙ୍କ ସେହି ବିଚାରକୁ ସମ୍ମାନ ଜଣାଇ ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ଗାନ୍ଧି ଜୟନ୍ତୀ ଭାବେ ପାଳନ କରାଯାଉଛି । ଗାନ୍ଧି ଜୟନ୍ତୀ ଦିନ ପ୍ରତି ସ୍କୁଲ, କଲେଜରେ ଭାଷଣ ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । ହେଲେ ଚଳିତ ଥର କରୋନା ମହାମାରୀ ପାଇଁ ସ୍କୁଲ, କଲେଜ ବନ୍ଦ ରହିଛି । କିଛି କିଛି ସ୍ଥାନରେ ଅନ୍‌ଲାଇନ୍‌ରେ ଭାଷଣ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାର ଆୟୋଜନା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.