ବିଶ୍ବ ହକି ପାଇଁ କଳିଙ୍ଗ ଷ୍ଟାଡ଼ିୟମର ସଜବାଜ !

ଭୁବନେଶ୍ବର : ଆସନ୍ତା ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ହକିର ଆୟୋଜନ କରାଯିବ । ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି । ସେପ୍ଟେମ୍ବର ସୁଦ୍ଧା କଳିଙ୍ଗ ଷ୍ଟାଡିୟମର ୯୦% କାମ ସରିବ । ଅକ୍ଟୋବର ସୁଦ୍ଧା କାମ ଶେଷ ହେବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଏଫଆଇଏଚର ଇଭେଣ୍ଟ ନିର୍ଦ୍ଦେଶକଙ୍କ ସହ ସଂଘର କିଛି ଅଧିକାରୀ ଦୁଇ ଦିନିଆ ଗସ୍ତରେ ଆସି ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏ ବାବଦରେ ଆଲୋଚନା କରାଯାଇଛି । ଏଥିସହ ସେମାନେ କଳିଙ୍ଗ ଷ୍ଟାଡିୟମ ମଧ୍ୟ ବୁଲିଦେଖିଛନ୍ତି । ଲଣ୍ଡନରେ ହେବ ଓଡ଼ିଶା ବିଶ୍ୱକପ୍ର ବ୍ରାଣ୍ଡିଂ । ୧୦୦ ଦିନିଆ କାଉଣ୍ଟଡାଉନ୍ ପ୍ରୋଗ୍ରାମ ସହ ବିଶ୍ୱକପ୍କୁ ନେଇ ସମଗ୍ର ଦେଶ ମଶାଲ ଶୋଭାଯାତ୍ରା କରାଯିବ ବୋଲି କ୍ରୀଡ଼ା ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.