ଅଟାର ଦୀପ କ’ଣ ପାଇଁ ଜଳାନ୍ତି, ଜାଣନ୍ତୁ ଏହାସହିତ ଜଡିତ ୧୦ଟି କଥା..

ଆପଣ ମନ୍ଦିରରେ କିମ୍ବା ଘରେ ଠାକୁରଙ୍କ ପାଖରେ ମାଟିର ଦୀପ ଜଳାନ୍ତି କିନ୍ତୁ କେବେ ଅଟାର ଦୀପ ଜଳାଇଛନ୍ତି କି ? ମନ୍ଦିରରେ ଅଟାର ଦୀପ ଜଳୁଥିବାର ହୁଏତ ଆପଣ ଦେଖିଥିବେ। ଏଭିଳି କାହିଁକି କରାଯାଏ ତାହା ଆମେ ହୁଏତ ଜାଣିନଥାଉ। ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ସମ୍ବନ୍ଧୀୟ ଏମିତି କିଛି କଥା ସମ୍ପର୍କରେ…

– ଅଟାରେ ତିଆରି ଦୀପର ବ୍ୟବହାର କୌଣସି ଏକ ବଡ଼ କାମନା ପୂରଣ ପାଇଁ କରାଯାଇଥାଏ।

– ସବୁବେଳେ ମନସ୍କାମନା ଦୀପ ଅଟାରେ ତିଆରି ହୋଇଥାଏ।

– ଅନ୍ୟ ଦୀପ ତୁଳନାରେ ଅଟାର ଦୀପକୁ ଶୁଭ ଏବଂ ପବିତ୍ର ବୋଲି କୁହାଯାଏ। ମା’ ଅନ୍ନପୂର୍ଣ୍ଣାଙ୍କର ଆଶିଷ ଏହି ଦୀପକୁ ସବୁବେଳେ ମିଳିଯାଇଥାଏ।

deep

– ମା’ ଦୁର୍ଗା, ଭଗବାନ ହନୁମାନ, ଶ୍ରୀ ଗଣେଶ, ଭଗବାନ ଶଙ୍କର, ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀରାମ ଏବଂ ଶ୍ରୀ କୃଷ୍ଣ ସମସ୍ତ ମନ୍ଦିରରେ ଅଟାର ଦୀପ କାମନା ପୂର୍ତ୍ତି ପାଇଁ ଜଳାଯାଏ।

– ମୁଖ୍ୟ ରୂପରେ ତାନ୍ତ୍ରିକ କ୍ରିୟାରେ ଅଟାର ଦୀପ ଜଳାଯାଏ।

– କରଜରୁ ମୁକ୍ତି, ଶୀଘ୍ର ବିବାହ, ଚାକିରି, ରୋଗ, ସନ୍ତାନ ପ୍ରାପ୍ତି, ନିଜ ଘର, ପତି-ପତ୍ନୀଙ୍କ ମଧ୍ୟରେ ବିବାଦ, ଜମି କିଣାବିକା, କୋର୍ଟ କଚେରୀରେ ବିଜୟ, ଘୋର ଆର୍ଥିକ ସଙ୍କଟରେ ନିବାରଣ ହେତୁ ଅଟାର ଦୀପ ସଂକଳ୍ପ ଅନୁସାରେ ଜଳାଯାଏ।

– କିଛି ସଂକଳ୍ପ କରିବାକୁ ଥିଲେ ପ୍ରଥମ ଦିନରେ ଗୋଟିଏ ଦୀନ, ୨,୩,୪,୫ ଏବଂ ୧୧ ଟି ଦୀପ ଜଳାଇବା ପରେ ୧୦,୯,୮,୭ ଏଭଳି କରି ପୁଣି ଧିରେ ଧିରେ ହ୍ରାସ କରାଇ ଏହି କ୍ରମରେ ଦୀପ ଜଳାନ୍ତୁ।

atta

– ଅଟାରେ ହଳଦୀ ମିଶାଇ ଏହାକୁ ଗୋଳାଇ ଦିଅନ୍ତୁ ଏବଂ ହାତରେ ଦୀପ ଆକାରରେ ତିଆରି କରି ଏହାକୁ ଜଳାନ୍ତୁ।

– ମନସ୍କାମନା ପୁରା ହେବା ପରେ ଏକା ସାଙ୍ଗରେ ଅଟାର ସମସ୍ତ ସଂକଳ୍ପତ ଦୀପକୁ ମନ୍ଦିରକୁ ଯାଇ ଜଳାଯାଏ।

– ଯଦି ଦୀପର ସଂଖ୍ୟା ପୁରା ହେବା ପୂର୍ବରୁ ହିଁ କାମନା ପୂରା ହୋଇଯାଏ ତାହେଲେ କ୍ରମକୁ ଖଣ୍ଡନ ବା ଭାଙ୍ଗନ୍ତୁ ନାହିଁ। ସଂକଳ୍ପରେ ସମସ୍ତ ଦୀପକୁ ଜାଳନ୍ତୁ। କୌଣସି ବି ଭଲ ଦିନ, ଭଲ ବାରର ଶୁଭ ମୁହୂର୍ତ୍ତରେ ଦୀପ ଜଳାଇବା ଦରକାର। ପ୍ରତିଟି ଦୀପ ସହିତ କାମନା ଅବଶ୍ୟ କୁହନ୍ତୁ।

Leave A Reply

Your email address will not be published.