ଗୁଜରାଟରେ ନବରାତ୍ରୀ ଅବସରରେ ଗରବା ଖେଳିବାର କ୍ରେଜ ସବୁବେଳେ ରହିଆସିଛି। କିନ୍ତୁ ଏବେ କରୋନା ଭାଇରସ ସଂକ୍ରମଣର ଭୟ ରହିଥିବାରୁ ଚଳିତବର୍ଷ ଗରବା ଖେଳ ଉପରେ ରୋକ ଲାଗିଛି। କିନ୍ତୁ ଗରବା ପ୍ରେମୀମାନେ ଏହାର ଏକ ନିଆରା ବିକଳ୍ପ ବାହାର କରିଛନ୍ତି। ସୁରଟରେ ଫ୍ୟାଶନ ଡିଜାଇନିଂର କେତେଜଣ ଛାତ୍ରଛାତ୍ରୀ ପିପିଇ କିଟରେ ତିଆରି ‘sporting hand-painted costume’ରେ ଗରବା ଖେଳିଛନ୍ତି।
ଛାତ୍ରଛାତ୍ରୀମାନେ ନିଜେ ଏହାକୁ ତିଆରି କରିଛନ୍ତି, ଯେପରି ଲୋକେ ଏଥିରେ ଗରବା ଖେଳିପାରିବେ ଏବଂ କରୋନାରୁ ନିଜକୁ ରକ୍ଷା କରିପାରିବେ। ଗୁଜରାଟ ସରକାର ନିଷ୍ପତ୍ତି ନେଇଛନ୍ତି କି, ଚଳିତବର୍ଷ କରୋନା ମହାମାରୀ ଯୋଗୁ ରାଜ୍ୟର କୌଣସି ବି ସ୍ଥାନରେ ନବରାତ୍ରୀ ମହୋତ୍ସବ ଆୟୋଜନ ହେବନି। ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଏ ନେଇ ଘୋଷଣା କରିଥିଲେ। ସରକାରଙ୍କର ଏହି ନିଷ୍ପତ୍ତି ପରେ ରାଜ୍ୟରେ ବଡ଼ ବଡ଼ ଗରବା ଆୟୋଜକ ମଧ୍ୟ ଚଳିତବର୍ଷ ଗରବା ଆୟୋଜନକୁ ମନା କରିଦେଇଛନ୍ତି।
#WATCH Gujarat: A group of students of fashion designing in Surat perform ‘Garba’ sporting hand-painted costumes made of PPE kits. These costumes have been designed by them. (15.10) pic.twitter.com/sKSYk7e3iy
— ANI (@ANI) October 16, 2020