ଆରମ୍ଭ ହୋଇଯାଇଛି Flip-kartର ବିଗ୍‌ ବିଲିଅନ ସେଲ୍‌, iPhone ସହିତ ଏହିସବୁ ସ୍ମାଟଫୋନ ଉପରେ ରହିଛି ଖାସ୍‌ ଅଫର

ବିଗତ କିଛି ଦିନ ଧରି ଅପେକ୍ଷା କରି ରହିଥିବା Flipkartର ଗ୍ରାହକଙ୍କ ପାଇଁ ଖୁସି ଖବର। ଆଜି ଅର୍ଥାତ ଅକ୍ଟୋବର୧୬ ଠାରୁ Flipkart ନିଜ ବିଗ୍‌ ବିଲିଅନ ଡେଜ ସେଲର ଆରମ୍ଭ କରିସାରିଛି ଓ ଏହା ଆଗାମୀ ୨୧ ଅକ୍ଟୋବର ପର୍ଯ୍ୟନ୍ତ ଲାଗୁ ରହିବ।Amazon ଆପରେ ସେଲ୍‌ ଲାଗିବାର ଗୋଟିଏ ଦିନ ପୂର୍ବରୁ ହିଁ Flipkart ନିଜ ସେଲ୍‌ ଆରମ୍ଭ କରିସାରିଛି।ଏହି ସେଲ୍‌ରେ ବିର୍ତ୍ତମାନ Flipkart ଭିନ୍ନ ଭିନ୍ନ ପ୍ରଡକ୍ଟରେ ଡିଲସ ଏବଂ ଡିସକାଉଣ୍ଡ ଦେଉଛି। ଏହା ସହିତ SBI ଗ୍ରାହକ ୧୦ ପ୍ରତିଶତ ଇନ୍ସାଣ୍ଟ ଡିସକାଉଣ୍ଟର ଲାଭ ଉଠାଇ ପାରିବେ ଏବଂ ଏହି ସେଲ୍‌ରେ ଗ୍ରାହକଙ୍କୁ ପେଟିଏମ୍‌ କ୍ୟାଶବ୍ୟାକ୍‌ ରିଓ୍ଵାର୍ଡ ମଧ୍ୟ ମିଳିପାରିବ।Flipkart ର ଏହି ସେଲ୍‌ରେ ସ୍ମାଟଫୋନ ଉପରେ ମଧ୍ୟ ବିଭିନ୍ନ ଆର୍କଷକ ଓ ବେଷ୍ଟ ଡିସକାଉଣ୍ଟ ରହିଛି।

iPhone SE(2020) କୁ ଗ୍ରାହକ 27,999 ଟଙ୍କାର ଆରମ୍ଭ ମୂଲ୍ୟରେ ପାଇ ପାରିବେ।ଏହା ସହିତ ସେଲ୍‌ରେ iPhone 11 Pro ର ମୁଲ୍ୟ 79,999 ଟଙ୍କା ରହିଥିବା ବେଳେiPhone XR ର ମୂଲ୍ୟ 37,999 ଟଙ୍କା ରହିଛି। IPhone ବ୍ୟତୀତ Samsung ସ୍ମାଟଫୋନକୁ ମଧ୍ୟ ଆପଣ ଆକର୍ଷକ ମୂଲ୍ୟରେ କିଣିପାରିବେ।Samsung ର ଦୁଇଟି ଫ୍ଲାଗସିପ ଫୋନକୁ ୩୩ ହଜାର ଟଙ୍କାର ଡିସକାଉଣ୍ଟ ମୂଲ୍ୟରେ ପାଇପାରିବେ।ଏହା ସହିତ Galaxy note 10+ 54,999 ଟଙ୍କା ଏବଂ Galaxy S20+ 49,999 ଟଙ୍କା ମୂଲ୍ୟରେ ଉପଲବ୍ଧ ରହିଛି।

flipkart2

ସେହିପରି Flipkart ସେଲ୍‌ରେ Poco M2 ଫୋନ ଉପରେ ୫୦୦ ଟଙ୍କାର ରିହାତି ହୋଇ ଏହାର ମୂଲ୍ୟ 10,499 ଟଙ୍କା ଏବଂ Poco M2 Pro ରେ 1000 ଟଙ୍କାର ରିହାତି ହୋଇ ଏହାର ମୂଲ୍ୟ 12,999 ଟଙ୍କା ରହିଛି।ସେହିପରି Poco X2 କୁ ୧୬,୪୯୯ ଟଙ୍କାର ଆରମ୍ଭ ମୂଲ୍ୟରେ କିଣି ପାରିବେ।LG G8X dual screen ଫୋନରେ ମଧ୍ୟ ଖାସ ଅଫର ରହିଛି।ଏହି ଫୋନକୁ ଗ୍ରାହକ 19,990 ଟଙ୍କାର ଆର୍କଷକ ମୂଲ୍ୟରେ କଣି ପାରିବେ। Moto Razr ଫ୍ଲୋଡେବଲ ଫୋନ ମଧ୍ୟ 84,999 ଟଙ୍କାର ରିହାତି ମୂଲ୍ୟରେ Fliplkart ଦର୍ଶକଙ୍କ ପାଇଁ ଉପଲବ୍ଧ କରୁଛି। ସେହିପରି ଅନ୍ୟାନ୍ୟ ଫୋନ ମାନଙ୍କ ମଧ୍ୟରୁ Realme C11 ର ମୂଲ୍ୟ 6,499 ଟଙ୍କା,Realme 7 ର ଆରମ୍ଭ ମୂଲ୍ୟ 13,999 ଟଙ୍କା, Realme X3 SuperZoom ର ମୂଲ୍ୟ 24,999 ଟଙ୍କା ଏବଂ Vivo V20 ର ମୂଲ୍ୟ 24,990 ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.