ଗଞ୍ଜାମ:ପ୍ରସିଦ୍ଧ ଶକ୍ତି ପୀଠ ମାଁ ତାରା ତାରିଣୀ ମନ୍ଦିରରେ ଆରମ୍ଭ ହୋଇଛି ନବରାତ୍ର ପୂଜା, ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା

କେନ୍ୟୁଜ୍(ବ୍ୟୁରୋ):  ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମାଁ ତାରା ତାରିଣୀ ମନ୍ଦିରରେ ଆରମ୍ଭ ହୋଇଛି ନବରାତ୍ର ପୂଜା, ଯଥାରୀତି ଅନୁସାରେ ଚାଲିଛି ମାଙ୍କ ପୂଜା। ବିନା  ଭକ୍ତଙ୍କ ସମାଗମରେ  ମା ଆଜି ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି। କିନ୍ତୁ ନବରାତ୍ର ରେ ମାଁଙ୍କ ନଅ ଗୋଟି ବେଶ ହୋଇଥାଏ ।କିନ୍ତୁ ଚଳିତ ବର୍ଷ କରୋନା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭକ୍ତଙ୍କ ସମାଗମ ନାହିଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ମନ୍ଦିରକୁ ଆସି ବିନା ଭକ୍ତରେ ନବରାତ୍ର ପୂଜା କରିବା ପାଇଁ କହିଥିବା କହିଛନ୍ତି ଶ୍ରୀଅଙ୍ଗ ସେବକ ।

tara tarini1

ବିନା ଭକ୍ତ ରେ ନବରାତ୍ର ପୂଜା ଅନୁଷ୍ଠିତ ହେବାନେଇ ଭକ୍ତର ମନରେ ବେଶ କଷ୍ଟ ଦେଇଛି।  ତଥାପି ସରକାରଙ୍କ ନିର୍ଦ୍ଦେଶ ପାଳନ କରୁଛୁ ଏବଂ ମାଁ ନିକଟରେ ପ୍ରାର୍ଥନା କରୁଛୁ ଯଥା ଶୀଘ୍ର କରୋନାକୁ ବିଶ୍ବରୁ ମୁକ୍ତ କରନ୍ତୁ  ବୋଲି କହିଛନ୍ତି ସେବାୟତ।  କଟକଣା ଯୋଗୁଁ ଖାଁ ଖାଁ ହୋଇଯାଇଛି ମାଁ ଙ୍କ ମନ୍ଦିର, ପ୍ରତ୍ୟେକ ବର୍ଷ ନବରାତ୍ର ସମୟରେ ଯେଉଁ ପ୍ରକାର ଭିଡ଼ ହେଉଥିଲା ତାହା ଚଳିତ ବର୍ଷ ଦେଖିବାକୁ ମିଳିନାହିଁ ।ଆଜି ମା ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ।କରୋନା କଟକଣାରେ ମାଙ୍କ ମନ୍ଦିର ଯିବା ପାଇଁ  ୯୯୯ ପାହାଚରେ ଲାଗିଛି ଲୁଗାର ବାଡ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.