ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୮୪୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୪ ଜଣ

ଭୁବନେଶ୍ୱର (କେନ୍ୟୁଜ୍):  ଆଜି ୩୦ ଜିଲ୍ଲାରୁ ଆଉ ୨୮୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୪୪ ହଜାର ୨୨୭ ରେ ପହଞ୍ଚିଛି ବୋଲି ଟ୍ବିଟ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା ୨୮୪୨ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୪ ଜଣ, କଟକରୁ ୨୩୭, ନୂଆପଡାରୁ ୧୬୧, ପୁରୀ ୧୪୮, ସମ୍ବଲପୁର ୧୩୬, ଅନୁଗୁଳ ୧୧୯, କଳାହାଣ୍ଡି ୧୧୭, ଝାରସୁଗୁଡା ୧୦୮, ଯାଜପୁର ୧୦୦, ଭଦ୍ରକ ୯୪, ବରଗଡ଼ ୯୩, ମୟୁରଭଞ୍ଜ ୯୨, ସୁନ୍ଦରଗଡ ୯୧, ଜଗତସିଂହପୁର ୮୫ ଓ ନୟାଗଡ଼ରୁ ୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେହିପରି କେନ୍ଦ୍ରାପଡ଼ାରୁ ୭୬, କେଉଁଝର ୬୮, ଢ଼େଙ୍କାନାଳ ୬୦, ବଲାଙ୍ଗିର ୫୮, ନବରଙ୍ଗପୁର ୫୩, କନ୍ଧମାଳ ୫୦, ସୋନପୁର ୪୮, କୋରାପୁଟ ଓ ମାଲ୍‌କାନଗିରି ୪୧ ଲେଖାଏଁ, ଗଞ୍ଜାମ ୩୦, ବାଲେଶ୍ୱର ୨୭, ବୈାଦ୍ଧ ୨୧, ରାୟାଗଡ଼ା ୧୮, ଦେଓଗଡ଼ ୧୭, ଗଜପତି ୧୩ ଓ ରାଜ୍ୟ ପୁଲ୍ରୁ ୧୨୮ ଜଣ ସୁସ୍ଥ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.