ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାର ୯୪ ସ୍ଥାନରେ ଭାରତ, ଦେଶର ୧୪ ପ୍ରତିଶତ ଲୋକେ ପାଉନାହାଁନ୍ତି ପୁଷ୍ଟିକର ଖାଦ୍ୟ

ନୂଆଦିଲ୍ଲୀ : ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଦେଶ କ୍ଷୁଧା ମୁକ୍ତ ହୋଇପାରିନାହିଁ । ବିଶ୍ୱ କ୍ଷୁଧା ସୂଚକାଙ୍କ  ତାଲିକାରେ ଭାରତ ୯୪ ତମ ସ୍ଥାନରେ ରହିଛି । ଏପରି ରିପୋର୍ଟ ଜଣାପଡ଼ିଛି ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍‌ଆଇ) ତାଲିକାରୁ । ଭାରତରେ ବିଭିନ୍ନ ଯୋଜନା ସତ୍ତ୍ୱେ ଏବେ ୧୪ % ଲୋକେ ଦିନକୁ ଦୁଇ ଓଳି ଖାଦ୍ୟ ପାଇଁ ସଂଗ୍ରାମ କରୁଛନ୍ତି ।hunger index.JPG-0

ଶନିବାର ପ୍ରକାଶ ପାଇଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ ୨୦୨୦ର ୧୦୭ ଦେଶ ତାଲିକାରେ ଭାରତ ୯୪ ତମ ସ୍ଥାନରେ ରହିଛି । ଗତ ବର୍ଷ ୧୧୭ ଟି ଦେଶର ତାଲିକା ମଧ୍ୟରେ ଭାରତର ସ୍ଥାନ ଥିଲା ୧୦୨ରେ । ସବୁଠୁ ବଡ଼ କଥା ହେଲା ଏହି ସୂଚକାଙ୍କ ତାଲିକାରେ ଭାରତ ‘ଗୁରୁତର କ୍ଷୁଧା’ ବର୍ଗରେ ସ୍ଥାନ ପାଇଛି ।

hunger index

ଭାରତର ପଡ଼ୋଶୀ ବାଂଲାଦେଶ, ମିଆଁମାର ଓ ପାକିସ୍ତାନ ଗୁରୁତର କ୍ଷୁଧା ବର୍ଗରେ ଥିଲେ ମଧ୍ୟ ଏହି ଦେଶମାନେ ଭାରତଠାରୁ ଟିକିଏ ଉପରେ ରହିଛନ୍ତି । ବାଂଲାଦେଶ ୭୫ତମ ସ୍ଥାନରେ ଥିବାବେଳେ ମିଆଁମାର ୭୮ତମ ସ୍ଥାନ ଓ ପାକିସ୍ତାନ ୮୮ତମ ସ୍ଥାନରେ ରହିଛି ।

ସେହିପରି ନେପାଳ ଏହି ତାଲିକାର ୭୩ ତମ ସ୍ଥାନ ଓ ଶ୍ରୀଲଙ୍କା ୬୪ ତମ ସ୍ଥାନରେ ରହିଛି । ଏହି ଦୁଇଟି ଦେଶ ମଧ୍ୟମ ଧରଣର କ୍ଷୁଧା ବର୍ଗରେ ସ୍ଥାନ ପାଇଛନ୍ତି । ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚଆଇ) ପକ୍ଷରୁ ବିଶ୍ୱର କ୍ଷୁଧା ଓ ପୁଷ୍ଟିହୀନତା ସ୍ଥିତି ସମ୍ପର୍କରେ ନଜର ରଖାଯାଇଥାଏ । ସଂଗଠନ ପକ୍ଷରୁ ପ୍ରତିବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରକାଶ ପାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.