ଭାରତର ସବୁଠାରୁ ବଡ ଇଲେକଟ୍ରିକ ଟୁ ହ୍ଵିଲର ନିର୍ମାତା କମ୍ପାନୀ ହିରୋ ଇଲେକଟ୍ରିକ ସହରର ଗ୍ରାହକ ମାନଙ୍କୁ ଧ୍ୟାନରେ ରଖି ସିଟି ସ୍ପିଡ୍ ନାମକ ନୂଆ ସେଗମେଣ୍ଟକୁ ଲଞ୍ଚ କରିଛି। ହିରୋ ଇଲେକଟ୍ରିକ ମୁତାବକ ସିଟି ସ୍ପିଡ ଇ-ବାଇକ ଫ୍ଲାଇଓଭର ଏବଂ ହମ୍ପସ ଆଦିରେ ଭଲ ଡ୍ରାଇଭିଂ ପାଇଁ ଦୃତ ଗତି ଏବଂ ଗ୍ରେଡ କ୍ଷମତା ପ୍ରଦାନ କରିଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସିଟି ସ୍ପିଡ୍ ପୋଟଫୋଲିୟୋ ଭାବରେ ହିରୋ ଇଲେକଟ୍ରିକ ନିଜର ପ୍ରଥମ ଇଲେକଟ୍ରିକ ସ୍କୁଟର Optima-hx, Nyx-hx ଏବଂ Photon-hx ର ତିନୋଟି ନୂଆ ବାଇକକୁ ଲଞ୍ଚ କରିବ।
ହିରୋ ସେଗମେଣ୍ଟର ଦାମ୍
ହିରୋ ଇଲେକଟ୍ରିକ ଇଣ୍ଡିଆା ସିଇଓଙ୍କ କହିବାନୁଯାୟୀ କମ୍ ସ୍ପିଡ ବାଇକ କାରଣରୁ ବର୍ତ୍ତମାନ ଇ-ବାଇକ ମାର୍କେଟରେ ଡିମାଣ୍ଡ ନେଉଚି। ଏହା ବହୁତ କମ୍ ଦାମ, ହାଇସ୍ପିଡ କାରଣରୁ ହୋଇଛି। ବର୍ଷ ବର୍ଷର ରିସର୍ଚ୍ଚ ପରେ ଇଲେକଟ୍ରିକାଲ ପାଓ୍ଵାର ଟ୍ରେନ ବିକସିତ କରାଯାଇଛି, ଯାହାର କ୍ୱାଲିଟୀ ବହୁତ ବଢ଼ିଆ। ଏହି ପାଓ୍ଵାର ଟ୍ରେନର ଉପଯୋଗ କରି ୫୭,୫୬୦ ଟଙ୍କାର ଆରମ୍ଭ ହେଉଥିବା ବାଇକର ଏକ ନୂଆ ରେଞ୍ଜ ଲଞ୍ଚ କରାଯାଇଛି, ଯେଉଁଥିରେ ଆରାମଦାୟକ ଡ୍ରାଇଭିଂ ରେଞ୍ଚ ୭୦ କିଲୋମିଟର ପଯ୍ୟର୍ନ୍ତ ରହିଛି।
୨୫ଟି ରାଜ୍ୟରେ ହିରୋର ଡିଲରସିପ
ହିରୋର ନୂଆ ଇ-ବାଇକକ ଭାରତର ୨୫ ରାଜ୍ୟରେ ହିରୋର ୫୦୦ ରୁ ଅଧିକ ଇଲେକଟ୍ରୋନିକ ଡିଲରସିପ ଶୋରୁମରେ ଉପଲବ୍ଧ ହେବ। ଏହି ସ୍କୁଟରର ଦାମ ୫୭୫୬୦ ଟଙ୍କାରୁ ଆରମ୍ଭ ହେବ। ଦିଲ୍ଲୀ ଭଳି କିଛି ସ୍ଥାନରେ ଏହାର ଦାମକୁ ଆହୁରି କମ୍ କରିବା ପାଇଁ ଅତିରିକ୍ତ ସବସିଡି ମଧ୍ୟ ଦିଆଯିବ। ବଜେଟ ଇ-ବାଇକ ସ୍କୁଟର ହେବା କାରଣରୁ ଏହି ସ୍କୁଟରକୁ ସବୁ ବର୍ଗର ଲୋକମାନେ କିଣିପାରିବାକୁ ସକ୍ଷମ ହେବେ।