ପୁଣି କନ୍ଦାଇଲାଣି ପିଆଜ: ଦିନକୁ ଦିନ ବଢିଚାଲିଛି ଦାମ୍‌, ଦୀପାବଳି ବେଳକୁ ୧୦୦ ଟଙ୍କା ହୋଇପାରେ ଦାମ୍‌

ପୁଣି କନ୍ଦାଇଲାଣି ପିଆଜ। ଦିନକୁ ଦିନ ପିଆଜ ଦାମ୍‌ ବୃଦ୍ଧି ପାଇବାରେ ଲାଗିଛି। ଯାହା ଆଗାମୀ ଦିନରେ ସାଧାରଣ ଲୋକ ପକେଟ ଉପରେ ପ୍ରଭାବ ପକାଇପାରେ। ଯଦି ପିଆଜ ଦାମ ଏହିଭଳି ବଢିବ ତାହେଲେ ଦୀପାବଳି ବେଳକୁ ପିଆଜ ଦାମ ଆହୁରି ମହଙ୍ଗା ହୋଇପାରେ। ବର୍ତ୍ତମାନ ଖୁଚୁରା ବଜାରରେ ପିଆଜ ଦାମ କିଲୋ ପ୍ରତି ୫୦-୬୦ ଟଙ୍କା ରହିଛି।

ନାସିକରେ ଥିବା ଦେଶର ସବୁଠାରୁ ବଡ ପିଆଜ ମଣ୍ଡି ଲାସଲଗାଁରେ ପିଆଜର ବଜାର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୬ ହଜାର ୮୦୨ ଟଙ୍କା ରହିଛି। ଚଳିତ ବର୍ଷ ଏହି ଦାମ ସବୁଠାରୁ ଅଧିକ। ବ୍ୟବସାୟୀଙ୍କ କହିବାନୁଯାୟୀ, ଆଗାମୀ ଦିନରେ ଖୁଚୁରା ବଜାରରେ ପିଆଜ ଦାମ ୧୦୦ ଟଙ୍କା ପାର କରିପାରେ।

onion price

ପିଆଜ ମହଙ୍ଗା ହେବାର କାରଣ ?

ଖବର ଅନୁସାରେ, ଗତ କିଛି ଦିନ ହେଲା ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ଭୀଷଣ ବର୍ଷା ହେଉଛି। ବର୍ଷା ଯୋଗୁଁ ପିଆଜ ଚାଷ ନଷ୍ଟ ହୋଇଯାଇଛି। ସେଥିପାଇଁ ପିଆଜ ଦର ଆକା ଶଛୁଆଁ ହେବାରେ ଲାଗିଛି। ବ୍ୟବସାୟୀଙ୍କ କହିବାନୁଯାୟୀ, ମହାରାଷ୍ଟ୍ର, ରାଜସ୍ତାନ, ଗୁଜରାଟ ଓ କର୍ଣ୍ଣାଟକରେ ପିଆଜ ଚାଷ ନଷ୍ଟ ହୋଇଯାଇଛି। ସେଥିପାଇଁ ବ୍ୟବସାୟୀ ପିଆଜ ଜମା କରିବା ଆରମ୍ଭ କରିଛନ୍ତି। ନୂଆ ଫସଲ ଫେବୃଆରୀରେ ହେବ। ସେ ପର୍ଯ୍ୟନ୍ତ ପିଆଜ ଦାମ କମ ହେବାର କୌଣସି ସଂକେତ ନାହିଁ।

ଅକ୍ଟୋବର ୧୪ ତାରିଖରେ ପିଆଜ ବ୍ୟବସାୟୀଙ୍କ ପାଖରେ ଆୟକର ବିଭାଗର ଚଢ଼ାଉ ହୋଇଥିଲା। ଏହାପରେ ବ୍ୟବସାୟୀ ମଣ୍ଡିକୁ ଯାଉନଥିଲେ। ମଣ୍ଡିରେ ବ୍ୟବସାୟ ବନ୍ଦ ରହିଥିଲା। କିନ୍ତୁ ସୋମବାର ଦିନ ମଣ୍ଡି ଖୋଲିବା ପରେ ପିଆଜ କ୍ୱିଣ୍ଟାଲ ପ୍ରତି ୨ ହଜାର ଟଙ୍କା ବଢିଯାଇଛି। ଦିଲ୍ଲୀ ସମେତ ଦେଶର ଅନେକ ଭାଗରେ ଆଳୁ ଦର କିଲୋ ପ୍ରତି ୬୦ ଟଙ୍କା ପାର କରିଛି। ଆଳୁ ପିଆଜ ଦର ବୃଦ୍ଧି ପାଇବାରୁ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିଛି। ଆଗକୁ ଦାମ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.