କେନ୍ୟୁଜ୍ (ବ୍ୟୁରୋ): ମାଓବାଦୀଙ୍କ ଦମନଲୀଳା ବିରୋଧରେ ପୋଷ୍ଟର। କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଲାଗିଛି ମାଓ ବିରୋଧୀ ପୋଷ୍ଟର। ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ଲାଗିଛି ପୋଷ୍ଟର। ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଓ କୋରାପୁଟ ଜିଲ୍ଲାର ବୁଡ଼ି ଅଞ୍ଚଳର ଲୋକେ ମାଓବାଦୀଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି। ବିଭିନ୍ନ ସମୟରେ ମାଓବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଲୋକଙ୍କୁ ସହିଦର ଆଖ୍ୟା ଦେବା ସହ ମାଓ ସଂଗଠନକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।