IBPS କ୍ଲର୍କ ପଦ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଖାଲି ପଡ଼ିଛି ୨୫୫୬ ପଦବୀ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଂ ପର୍ସନେଲ ସିଲେକ୍ସନ୍‌(IBPS) ଆଇବିପିଏସ୍‌ କ୍ଲର୍କ ପଦ ପାଇଁ ବିଜ୍ଞପ୍ତି ଜାରି କରିଛି। ଏଥିପାଇଁ ଅନ୍‌ଲାଇନ୍‌ ଆବେଦନ ୨୪ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏହି ଆବେଦନ ପ୍ରକ୍ରିୟା ୬ ନଭେମ୍ବର ୨୦୨୦ ଯାଏଁ ଚାଲିବ। ଆଇବିପିଏସ୍‌ କ୍ଲର୍କ ଅଧିସୂଚନା ୨୦୨୦ ଅଫିସିଆଲ ୱେବସାଇଟ୍‌ରେ ୧ ସେପ୍ଟେମ୍ବର, ୨୦୨୦ରେ ଜାରି କରାଯାଇଥିଲା।

ନୋଟିଫିକେସନ୍‌ରେ ସ୍ପଷ୍ଟ କରାଯାଇଛି ଯେ ଏହି ପ୍ରକ୍ରିୟା ଜରିଆରେ ଆଇବିପିଏସ୍‌ ୨୫୫୭ ପଦ ପାଇଁ ନିଯୁକ୍ତି ଦେବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ପ୍ରିଲିମ୍‌ନାରୀ ଓ ମେନ୍‌ ପରୀକ୍ଷା ଦେବାକୁ ପଡ଼ିବ। ଏହି ପରୀକ୍ଷାରେ ପାସ୍‌ କରିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ।

ଆବେଦନ ଆରମ୍ଭ-୨୪ ଅକ୍ଟୋବର
ଆବେଦନ ଶେଷ- ୬ ନଭେମ୍ବର
ପଦ ସଂଖ୍ୟା-୨୫୫୭

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.