ଆପଣମାନେ ପୂର୍ବରୁ ଇଣ୍ଟରନେଟରେ ଅନେକ ମଜାଦାର୍ ଭିଡିଓ ଦେଖିଥିବେ। ପ୍ରତିଦିନ ଏମିତି କିଛି ଭାଇରଲ ଭିଡିଓ ଆପଣ ନିଜ ମୋବାଇଲ ହେଉ ଅବା ଟିଭି ନିଶ୍ଚିତ ଦେଖିଥିବେ। କେଉଁ ଭିଡିଓରେ ହାତୀ ତ, ଆଉ କେଉଁଠି ସାପ ଏବଂ ଆଉ କେଉଁଠି କୁକୁର ଭିଡିଓ ଦେଖିଥିବେ। ଏବେ ନିକଟରେ ଏକ କୁକୁରର ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହୋଇଛି। ମଣିଷର ବିଶ୍ବାସୀ ପ୍ରାଣୀ କୁକୁର ବୋଲି ପୁଣି ପ୍ରମାଣିତ କରିଛି।
ଆପଣ ମଧ୍ୟ ଏହି ଭିଡିଓକୁ ଦେଖିଲେ ବହୁତ ପସନ୍ଦ କରିବେ। ଭିଡିଓରେ ଦେଖିବାକୁ ମିଳିଛ ଜଣେ କୁନି ଝିଅଟି ତା’ ସ୍କୁଲ୍ ଭ୍ୟାନ୍ରୁ ବାହାରୁଛି। ତାକୁ ଜଗିଥିବା ପୋଷା କୁକୁର ଝିଅଟି ହାତରୁ ସ୍କୁଲ ବ୍ୟାଗ୍ ନେଇଆସୁଛି। ସେହି ଝିଅଟି ଗାଡି ଭିତରେ ତାର ସାଙ୍ଗମାନଙ୍କୁ ବାଏ କରୁଥିବା ବେଳେ କୁକୁରଟି ମଧ୍ୟ ଗାଡ଼ି ଭିତରକୁ ଅନେଇ କୁନି ଝିଅର ସାଙ୍ଗମାନଙ୍କୁ ଟା ଟା-ବାଏ ବାଏ କରୁଛି।
We don’t deserve dogs 😭😭❤️❤️ pic.twitter.com/Asn0huinWf
— The Feel Good Page ❤️ (@akkitwts) October 31, 2020
ଭିଡିଓଟି ଟ୍ବିଟରରେ ଭାଇରାଲ୍ ହୋଇଛି। ଭିଡିଓଟି ପୋଷ୍ଟ୍ ହେବା ପରେ ପରେ ପ୍ରାୟ ୨୦ ହଜାର ଥର ଲୋକେ ଦେଖିସାରିଲେଣି। ଭିଡିଓଟିକୁ ଅନେକ ପ୍ରଶଂସା କରିଛନ୍ତି।