ଏଥରକ କରଓ୍ଵାଚୌଥ୍‌ରେ ପଡ଼ୁଛି ୪ ରାଜଯୋଗ ସହ ଅଧଡଜନ ଶୁଭ ଯୋଗ, ଗତ ୧୦୦ ବର୍ଷରେ ପଡ଼ୁଛି ଏଭଳି ଗ୍ରହ ସ୍ଥିତି

ଚଳିତବର୍ଷ କରଓ୍ଵାଚୌଥ୍‌ରେ ୪ଟି ରାଜଯୋଗ ସହ ପ୍ରାୟ ଅଧଡଜନ ଶୁଭଯୋଗ ପଡ଼ୁଛି। ଜ୍ୟୋତିଷଙ୍କ କହିବାନୁସାରେ ଏହା ପୂର୍ବରୁ କରଓ୍ଵାଚୌଥରେ ଏତେ ଶୁଭ ଯୋଗ ଗତ ୧୦୦ ବର୍ଷ ଭିତରେ ପଡ଼ିନାହିଁ। ୪ ନଭେମ୍ବର ବୁଧବାର କରଓ୍ଵାଚୌଥ ଅର୍ଥାତ୍‌ ସୌଭାଗ୍ୟ ପର୍ବରେ ଶିବ, ଅମୃତ ଓ ସର୍ବାର୍ଥସିଦ୍ଧି ଯୋଗ ପଡ଼ୁଛି। ଏଥିସହ ଆସନ୍ତାକାଲି ଶଙ୍ଖ, ଗଜକେଶରୀ, ହଂସ ଓ ଦୀର୍ଘାୟୁ ନାମକ ରାଜଯୋଗ ମଧ୍ୟ ପଡ଼ୁଛି।

କରଓ୍ଵାଚୌଥରେ ଚନ୍ଦ୍ର ଓ ସ୍ୱାମୀଙ୍କ ପୂଜା କରିବା ବେଳେ ଗୋଚର କୁଣ୍ଡଳୀରେ ବୃହସ୍ପତି ଦାମ୍ପତ୍ୟ ଜୀବନ ଗୃହରେ ନିଜ ରାଶି ସହ ହିଁ ରହିବେ। ଏହି ସ୍ଥିତି ସୌଭାଗ୍ୟ ବଢ଼ାଇବାରେ ସାହାଯ୍ୟ କରିବ।

karwa-chauth2

ଚତୁର୍ଥୀ ଓ ବୁଧବାରର ସଂଯୋଗ:

ଚଳିତଥର ସୌଭାଗ୍ୟ ପର୍ବ ବୁଧବାର ଓ ଚତୁର୍ଥୀର ସଂଯୋଗରେ କରାଯାଉଥିବା ଗଣେଶ ପୂଜାର ଫଳ ଆହୁରି ବଢ଼ିଯିବ। ଚଳିତଥର କରଓ୍ଵା ଚୌଥ ବ୍ରତ ମୃଗଶିରା ନକ୍ଷତ୍ରରେ କରାଯାଉଛି। ଏହି ନକ୍ଷତ୍ରର ସ୍ୱାମୀ ମଙ୍ଗଳ ହୋଇଥିବାରୁ ଏହି ବ୍ରତ ସମୃଦ୍ଧି ବଢ଼ାଇବାରେ ସାହାଯ୍ୟ କରିବ। ଏହିଦିନ ସୂର୍ଯ୍ୟୋଦୟ ଓ ଚନ୍ଦ୍ରୋଦୟ ଚତୁର୍ଥୀ ତିଥିରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.