ଦୀପାବଳି ପୂର୍ବରୁ ବଜାରକୁ ଆସିଲା ନିଆରା ଦୀପ, ଥରେ ତେଲ ଭର୍ତ୍ତି କଲେ ଜଳୁଛି ୪୦ ଘଣ୍ଟା

ଦୀପାବଳି ପର୍ବ ଯେତିକି ନିକଟତର ହେଉଛି ବଜାରରେ ରଙ୍ଗ ବେରଙ୍ଗର ଦୀପ ଆସିବା ସେତିକି ବଢ଼ୁଛି। ଏବେ ଛତିଶଗଡ଼ର ଅଶୋକ ଚକ୍ରଧାରୀ ନାମକ ଜଣେ ଶିଳ୍ପୀ ଏକ ଏଭଳି ଦୀପ ତିଆରି କରିଛନ୍ତି, ଯାହା ନିଜ ଆଡ଼କୁ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରୁଛି। ଏହି ଦୀପ ଦେଖିବାକୁ ଅନ୍ୟ ସବୁ ଦୀପ ଠାରୁ ଭିନ୍ନ। ଏଥିରେ ଥରେ ତେଲ ପୂରାଇଲେ ଏହା ୪୦ ଘଣ୍ଟା ଯାଏଁ ଜଳିବା କ୍ଷମତା ରଖୁଛି। ଏଣୁ ଦୀପକୁ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଏଭଳି ନୂଆ ପ୍ରକାରର ଦୀପ ତିଆରି କରିଥିବାରୁ କାରିଗରଙ୍କୁ ନ୍ୟାସନାଲ ମେରିଟ୍‌ ଆଓ୍ଵାର୍ଡ ମଧ୍ୟ ମିଳିଥିବା ଜଣାଯାଇଛି।

diwali-crackers

ସୂଚନାଯୋଗ୍ୟ ଯେ ଅଶୋକ ଚକ୍ରଧାରୀ ଏହି କାମ ପିଲାବେଳୁ କରୁଛନ୍ତି। ନିକଟରେ ସେ ଏକ ଭିନ୍ନଧରଣର ମାଟି ଦୀପ ତିଆରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ସେ କହିଛନ୍ତି ଯେ ସେ ଏଭଳି ଦୀପ ୩୫ ବର୍ଷ ତଳେ ଦେଖିଥିଲେ। ଏହି ଦୀପ ତାଙ୍କୁ ଏତେ ଭଲ ଲାଗିଥିଲା ଯେ ସେବେଠୁ ସେ ଏଭଳି ଦୀପ ତିଆରି କରିବାକୁ ମନସ୍ଥ କରିଥିଲେ ଓ ଏବେ ସଫଳ ହୋଇଛନ୍ତି।

ଅଶୋକ ଚକ୍ରଧାରୀ ପ୍ରତିଦିନ ୫୦ରୁ ୬୦ଟି ଦୀପ ତିଆରି କରୁଛନ୍ତି। ସେ ଏହି ଦୀପକୁ ୨୦୦ରୁ ୨୫୦ ଟଙ୍କାରେ ବିକ୍ରି କରୁଥିବା ଜଣାଯାଇଛି।

Leave A Reply

Your email address will not be published.