ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିବା ବେଳେ ଏକ ଲକ୍ଷ ଟଙ୍କା ଝାମ୍ପି ନେଲା ଲୁଟେରା, ପୋଲିସ କଲା ଗିରଫ

କରଞ୍ଜିଆ(କେନ୍ୟୁଜ୍):  କରଞ୍ଜିଆ ପୋଲିସକୁ ବଡ଼ ସଫଳତା । ଗତ ୨୯ ତାରିଖରେ ଷ୍ଟେଟବ୍ୟାଙ୍କ ଶାଖାରୁ ଟଙ୍କା ନେଇ ଘରକୁ ଫେରୁଥିବା ବ୍ୟକ୍ତିଙ୍କ ଠାରୁ  ହୋଇଥିବା ଲୁଟ ଘଟଣାରେ ଅଭିଯୁକ୍ତକୁ ଯାଜପୁରକୁ ଗିରଫ କରିଛି। ଅଭିଯୁକ୍ତର ଘର ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ  ଅଞ୍ଚଳର ଓ ତା ନାମ ଗୋପୀ ଦାସ  ବୋଲି ଜଣା ପଡିଛି।

ଗତ ୨୯ ତାରିଖରେ  ଅବସର ପ୍ରାପ୍ତ ଶିକ୍ଷକ ରହିଣା ମହାନ୍ତି  ବ୍ୟଙ୍କରୁ   ଟଙ୍କା ଉଠାଇ ଘରକୁ ଯାଉଥିବା ବେଳେ କରଞ୍ଜିଆ କଲେଜ ଛକ ନିକଟରେ  କ୍ଷୀର କିଣି ମଟର ସାଇକେଲ ଡିକିରେ ରଖିଥିଲେ । ଏତିକି ବେଳେ ଏହି ଲୁଟେରା ଜଣକ ଡିକିରୁ ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲା।

ଏହି ଘଟଣାରେ ଗତକାଲି ବିଳମ୍ବିତ ରାତିରେ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ ଏକ ସ୍ୱତନ୍ତ୍ର ଟିମ ଗଠନ କରି କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟବିକାଶ ଭୁୟାଁଙ୍କ ନେତୃତ୍ୱରେ ଏକ ଟିମ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ  ଅଞ୍ଚଳର  ଚଢାଉ କରିଥିଲା। ଆଉ ଏହି ଲୁଟରେ ସାମିଲ ଥିବା  ଯୁବକକୁ ଗିରଫ କରିବାରେ ସଫଳ ହଇଥିଲେ । ଗିରଫ ଯୁବକଙ୍କ ଠାରୁ ୭୦ ହଜାର ଟଙ୍କା ମଧ୍ୟ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟବିକାଶ ଭୁୟାଁ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.