କୋରାପୁଟ ଜିଲ୍ଲାର ଲମତାପୁଟ ଏବଂ ପାଡୁଆ ପୋଲିସକୁ ବଡ ସଫଳତା: କୋଟି କୋଟି ଟଙ୍କାର ନୀଳ ଜହର ଜବତ, ଗାଡି ମାଲିକ ଗିରଫ

କୋରାପୁଟ: ପୁଣି କୋଟି କୋଟି ଟଙ୍କାର ନୀଳ ଜହର ଜବତ । କୋରାପୁଟ ଜିଲ୍ଲା ଲମତାପୁଟ ଏବଂ ପାଡୁଆ ପୋଲିସକୁ ବଡ ସଫଳତା । ଲମତାପୁଟ ପୋଲିସ କୋଟିଏ ଟଙ୍କାର ଗଞ୍ଜେଇ ବୋଝେଇ ଭ୍ୟାନ୍‌ ଜବତ କରିଛି । ପଡୁଆ ପୋଲିସ ମଧ୍ୟ ଗଞ୍ଜେଇ ବୋଝେଇ ଟ୍ରକ ଜବତ କରିଛି । ଏଥିରେ ଗାଡି ମାଲିକଙ୍କୁ ଗିରଫ କରିଛି ପୋଲିସ ।

କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସ୍‌ଡିପିଓ ଏବଂ ଲମତାପୁଟ ଫାଣ୍ଡି ଅଧିକାରୀ ସଗର ଗାଁ ଛକ ନିକଟରେ ଲମତାପୁଟ ପୋଲିସ ପେଟ୍ରୋଲିଂ କରି ଯାଞ୍ଚ କରୁଥିବା ସମୟରେ ଜଲାପୁଟ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଭ୍ୟାନକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ପୋଲିସ । କିନ୍ତୁ ବ୍ୟାରିକେଟ ଭାଙ୍ଗି ଭ୍ୟାନ ଦ୍ରୁତ ଗତିରେ ଚାଲିଯାଇଥିଲା ।

ପୋଲିସ ପିଛା କରିବା ଦେଖି ରାତି ଅନ୍ଧାରରେ ସୁଯୋଗ ବଡପଡା ଘାଟିରେ ଗଞ୍ଜେଇ ମାଫିଆ ଗାଡି ଛାଡି ଚମ୍ପଟ ମାରିଥିଲେ । ଗାଡି ଯାଞ୍ଚ କରିବା ପରେ ଏଥିରୁ ପ୍ରାୟ ୧ ଟନ୍‌ ଗଞ୍ଜେଇ ଥିବା ଜଣାପଡିଥିଲା । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ଗଞ୍ଜେଇ ଜଲାପୁଟ ଅଞ୍ଚଳରୁ ଛତିଶଗଡ଼ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.