ଦୀପାବଳି ଅବସରକୁ ଫ୍ୟାନ୍ସଙ୍କ ସହିତ ବଲିଉଡ୍ କଳାକାର ମଧ୍ୟ ବହୁତ ଧୂମଧାମରେ ମନାଉଥିବା ଦେଖିବାକୁ ମିଳୁଛି। ସେଲିବ୍ରିଟୀମାନେ ଏହା ମଉକାରେ ନିଜ ନିଜ ଫଟୋ ସେୟାର କରୁଛନ୍ତି ଏବଂ ଦୁହେଁ ଦୁହିଁଙ୍କୁ ଶୁଭକାମନା ଜଣାଉଛନ୍ତି। ଏହି ପରିପ୍ରେକ୍ଷୀରେ ବଲିଉଡ ଆକ୍ଟର ରିତେଶ ଦେଶମୁଖ ମଧ୍ୟ ଏକ ଭିଡିଓ ସେୟାର କରିଛନ୍ତି।
ଭିଡିଓରେ ନିଜ ଦୁଇ ପିଲାଙ୍କ ସହିତ ସେ କୁର୍ତ୍ତା ପାଇଜାମା ପିନ୍ଧିଥିବାର ଭିଡିଓ ଦେଖିବାକୁ ମିଳୁଛି। କିନ୍ତୁ ସବୁଠୁ ଖାସ୍ କଥା ହେଉଛି ସେ ପିନ୍ଧିଥିବା ପୋଷାକ ତାଙ୍କ ମାଙ୍କ ପୁରୁଣା ସାଢ଼ୀରେ ବନାଇଛନ୍ତି। ରିତେଶ ଦେଶମୁଖ ଏହି ପୋଷାକ ପିନ୍ଧି ଭିଡିଓ ସେୟାର କରି ନିଜେ ଏହି କହିଛନ୍ତି।
View this post on Instagram
ରିତେଶ ଦେଶମୁଖ ଦୀପାବଳି ମଉକାରେ ଏହି ଭିଡିଓକୁ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ଦେଖିପାରୁଥିବେ ଯେ ରିତେଶଙ୍କ ମାଆ ଶାଢ଼ିକୁ ଉଡାଇ ଦେଖିବାକୁ ମିଳୁଛି। ଭିଡିଓ ସେୟାର କରି ନିଜେ ରିତେଶ ଦେଶମୁଖ ଏହି କଥା ଜଣାଇଛନ୍ତି। ଆପଣ ବି ଦେଖନ୍ତୁ ଏ ସୁନ୍ଦର ଭିଡିଓ।
. @banijayasia @haanjichandan @Riteishd @geneliad https://t.co/ChKLcthPZm
— sonytv (@SonyTV) October 23, 2020