ଲୋକପ୍ରିୟ ଟିଭି ଅଭିନେତ୍ରୀଙ୍କ ମୃତ୍ୟୁ, ମାଙ୍କ କିଡନୀ ବି ବଞ୍ଚାଇପାରିଲାନି ଜୀବନ

ପୁଣି ଜଣେ ଟିଭି ଅଭିନେତ୍ରୀଙ୍କ ନିଧନ। ହିଚକୀ, ଗନ୍ଦି ବାତ, ଆପକେ ଆ ଜାନେ ସେ ଏବଂ ମେରୀ ହାନିକାରକ ବିବି ଭଳି ଫିଲ୍ମ ଏବଂ ୱେବ ସିରିଜରେ ନଜର ଆସିସାରିଥିବା ଅଭିନେତ୍ରୀ ଲୀନା ଆଚାର୍ଯ୍ୟ ନିଧନ ହୋଇଛି। ଶନିବାର ଦିଲ୍ଲୀରେ ତାଙ୍କର ନିଧନ ହୋଇଛି। ଲୀନାଙ୍କ ମୃତ୍ୟୁ କିଡନୀ ଫେଲ ହେବା କାରଣରୁ ହୋଇଛି ବୋଲି ଜଣାପଡିଛି। ସେ ବହୁତ ୱେବ ସିରିଜରେ ମଧ୍ୟ କାମ କରିଛନ୍ତି।

linaaସେ ରାନୀ ମୁଖାର୍ଜୀଙ୍କ ଫିଲ୍ମ ‘ହିଚକୀ’ ବହୁତ ନିଖୁଣ ଅଭିନୟ କରିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲୀନା ଗତ ଏକ ବର୍ଷ ଧରି କିଡନୀ ରୋଗରେ ପୀଡିତ ଥିଲେ। ଲୀନାଙ୍କ ଜୀବନ ବଞ୍ଚାଇବାକୁ ଯାଇ ତାଙ୍କ ମା ତାଙ୍କୁ କିଡନୀ ମଧ୍ୟ ଦାନ କରିଥିଲେ। କିନ୍ତୁ ଦୁଃଖର ବିଷୟ ହେଉଛି ଏତେ ସବୁ କରିବା ପରେ ମଧ୍ୟ ଜୀବନ ଯୁଦ୍ଧରେ ହାରିଗଲେ ଲୀନା ଆଚାର୍ଯ୍ୟ।

leenaତେବେ ମୃତ୍ୟୁର କିଛି ଦିନ ପୂର୍ବରୁ ଲୀନା ଆଚାର୍ଯ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ଲେଖାଥିଲା, ‘ଖାଲି ଟିକିଏ ନିଶ୍ୱାସ ତ ନେଇଯିବ, ଏହାଠାରୁ ଅଧିକ କଣ ବା ନେବ ମୃତ୍ୟୁ।’ ଆଉ ବର୍ତ୍ତମାନ ଲୀନାଙ୍କ ମୃତ୍ୟୁ ପରେ ଲୋକେ ଖୁବ୍‌ କମେଣ୍ଟ କରୁଛନ୍ତି।

 

View this post on Instagram

 

A post shared by leena Acharya (@leena_acharya20)

Leave A Reply

Your email address will not be published.