Below header

ପୁନମ୍‌ ପାଣ୍ଡେ ଆଣିଲେ ସାଂଘାତିକ ଅଭିଯୋଗ, ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ପହଞ୍ଚିଲେ ବମ୍ବେ ହାଇକୋର୍ଟରେ

ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ସୌରଭ କୁଶୱାହାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି। ପୁନମ ପାଣ୍ଡେ ଅଭିଯୋଗ ଲଗାଇଛନ୍ତି କି, ରାଜ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ବେଆଇନ ଭାବେ ତାଙ୍କ ଭିଡିଓ ଏବଂ ଫଟୋକୁ ବ୍ଯବହାର କରିଛନ୍ତି। ଏହି କଣ୍ଟେଣ୍ଟର ବ୍ଯବହାର ଦୁହିଁଙ୍କ ମଧ୍ୟରେ କଣ୍ଟ୍ରାକ୍ଟ ଶେଷ ହେବା ପରେ କରାଯାଇଛି।

ରାଜ କୁନ୍ଦ୍ରା ଏବଂ ସୌରଭ କୁଶୱାହା ପୁନମଙ୍କ ଏହି ଅଭିଯୋଗକୁ ଖାରଜ କରିଛନ୍ତି। ସେମାନଙ୍କୁ କୌଣସି ପ୍ରକାର ନୋଟିସ ମିଳିନାହିଁ ବୋଲି କହିଛନ୍ତି। ପୁନମ ପାଣ୍ଡେ ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀଙ୍କ କମ୍ପାନୀ ‘ଆମ୍ସ୍ରେପ୍ରାଇମ୍ ମିଡିଆ’ ସହିତ ଏକ ଡିଲ୍ ସାଇନ କରିଥିଲେ। କମ୍ପାନୀ ପୁନମ ପାଣ୍ଡେଙ୍କର ଏକ ଆପ୍କୁ ସମ୍ଭାଳୁଥିଲା। ପୁନମଙ୍କ ଅଭିଯୋଗ ଅନୁଯାୟୀ, ଦୁହିଁଙ୍କ ମଧ୍ୟରେ ୮ ମାସ ପୂର୍ବରୁ ହୋଇଥିବା ଡିଲ୍ ଶେଷ ହୋଇଯାଇଛି। କିନ୍ତୁ ଏହା ପରେ ବି କମ୍ପାନୀ ତାଙ୍କ କଣ୍ଟେଣ୍ଟକୁ ବ୍ଯବହାର କରୁଛି।

raj

ଆହୁରି ପୁନମ କହିଛନ୍ତି ଯେ, ରାଜ ତାଙ୍କ କଣ୍ଟେଣ୍ଟକୁ ବ୍ଯବହାର କରି ପଇସା ରୋଜଗାର କରୁଛନ୍ତି। ଗତ ୬ ମାସ ମଧ୍ୟରେ ତାଙ୍କୁ କିଛି ଲୋକ ଫୋନ କରି ଅଶ୍ଳୀଳ କଥାବାର୍ତ୍ତା କରୁଛନ୍ତି। ରାଜଙ୍କ କମ୍ପାନୀ ମୋର ଆପ୍କୁ ଦେଖୁଛି, ମୁଁ ଯେଉଁ କଣ୍ଟ୍ରାକ୍ଟ ସାଇନ କରିଥିଲି, ତାହା ଶେଷ ହୋଇଗଲାଣି ତଥାପି ସେମାନେ ମୋ ଭିଡିଓ ଚୋରାଉଛନ୍ତି। ମୁଁ ରାଜଙ୍କୁ କଲ କରି ମୋର ମେସେଜ ଏବଂ ମେଲ୍ କରି ଭିଡିଓ ଚୋରାଇବାକୁ ମନା କରିଛି। ମୋ ପାଖରେ ସବୁ ପ୍ରମାଣ ରହିଛି। ତେଣୁ ମୁଁ ଏହି ମାମଲାରେ ଅଭିଯୋଗ କରିଛି। କିନ୍ତୁ ଏନେଇ ରାଜ ଏବଂ ତାଙ୍କ କମ୍ପାନୀ ତରଫରୁ କିଛି ସ୍ପଷ୍ଟୋକ୍ତି ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.