ଭାରତ ମାଟିରେ ଚାଇନିଜ ଆପ ଗୋଟେ ପରେ ଗୋଟେ ହୋଇ ବ୍ୟାନ ହେବା ପରେ ଏବେ ଗୋଟେ ପରେ ଗୋଟେ ଲଞ୍ଚ ହେଉଛି ମେଡ଼ ଇନ ଇଣ୍ଡିଆ ଆପ । ଆଉ ଏହି ଆପ ଗୁଡିକ ଲୋକପ୍ରିୟତା ଅର୍ଜନ କରୁଥିବା ନଜର ଆସୁଛି । ଟିକଟକକୁ ଟକକର ଦେବା ପାଇଁ ଚିଂଗାରୀ ପରି ଆପ ଲଞ୍ଚ ହୋଇଥିବା ବେଳେ ମାଇକ୍ରୋବ୍ଲଗିଂଗ ସାଇଟ ଟ୍ୱିଟରକୁ ଜୋରଦାର ଟକକର ଦେବା ପାଇଁ Tooter ଆପ ଲଂଚ ହୋଇଛି । ଯାହା ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ । ଏହି ପ୍ଲାଟ୍ଫର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟର ସ୍କ୍ରିନ ସଟ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଭାଇରା ଲ ହେଉଥିବା ଏହି ସ୍କ୍ରିନ ସଟରେ ପିଏମ ମୋଦିଙ୍କ ଆକାଉଣ୍ଟ ଟ୍ୱିଟର ପରି ବ୍ଲୁ ବେଗେଜ ସହ ଭେରିଫାଇଡ଼ ହୋଇଥିବା ନଜର ଆସୁଛି । କିନ୍ତୁ ଏହି ଆକାଉଣ୍ଟ ପିଏମ ମୋଦି ନିଜେ କରିଛନ୍ତିକି ତାଙ୍କ ସ୍ଥାନରେ ଆଉ ଜଣେ କରିଛନ୍ତି ସେନେଇ ସ୍ପଷ୍ଟ ହୋଇ ପାରିନାହିଁ ।
ବିଭିନ୍ନ ସୋସିଆଲ ମିଡିଆରେ ଦେଶୀ ମାଇକ୍ରୋ ବ୍ଲଗିଂଗ ସାଇଟ Tooter କୁ ନେଇ ଚର୍ଚ୍ଚା ଜୋର ଧରିଛି । ମୋଦିଙ୍କ ବ୍ୟତୀତ Tooter ସାଇଟରେ ଗୃହମନ୍ତ୍ରୀ ଅମିତ ସାହ, ରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଅଭିଶେଖ ବଚ୍ଚନ, ବିରାଟ କୋହଲିଙ୍କ ଆକାଉଣ୍ଟ ତିଆରି ହୋଇସାରିଥିବା ବେଳେ ଏଗୁଡିକର ଭେରିଫିକେସନ ବି ସରିଛି ।
ସୂଚନା ଦେବା ଯୋଗ୍ୟକି, Tooter ଚଳିତ ବର୍ଷ ଜୁନ-ଜୁଲାଇ ମାସରେ ଲଞ୍ଚ ହୋଇଥିବା ବେଳେ ଅଗଷ୍ଟ ମାସରେ ପିଏମ ମୋଦିଙ୍କ ଆକାଉଣ୍ଟ ହୋଇଥିଲା ।Tooter ୱେବସାଇଟର ଯୁଆରଏଲ https ://tooter.in / ଓ ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରାଯାଇପାରିବ । କିନ୍ତୁ ଏହାର ଆଇଓଏସ ଭର୍ଜନ ଏବେ ଯାଏଁ ଲଞ୍ଚ ହୋଇନାହିଁ ।