Below header

ଆଉ ଶୁଭୁନାହିଁ ନାମ ସଙ୍କୀର୍ତ୍ତନ କି ମୃଦଙ୍ଗର ଶବ୍ଦ, ଜୀବିକା ହରାଇ ଏବେ ଚିନ୍ତାରେ ସଙ୍କୀର୍ତ୍ତନ ମଣ୍ତଳୀର କଳାକାର

ଜଳେଶ୍ବର: କରୋନା କଟକଣା ପାଇଁ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। କିଛି ଅଣ୍ଟା ସକଳି ଛିଡା ହେଉଥିବାବେଳେ କିଛି ଆଜିବି  କରୋନା ଦାଉରୁ ନିସ୍ତାର ପାଇପାରିନାହାନ୍ତି । ଏସବୁ ଭିତରେ ସାମିଲ୍ ଅଛନ୍ତି ସଙ୍କୀର୍ତ୍ତନ ମଣ୍ତଳୀର କଳାକାରମାନେ । କରୋନା ଆସିବା ଦିନଠୁ ଗାଁ ଗଣ୍ତାରେ ଆଉ ଶୁଭୁନାହିଁ ନାମ ସଙ୍କୀର୍ତ୍ତନ କି ମୃଦଙ୍ଗର ଶବ୍ଦ। ଧର୍ମ,ହବିଷ୍ଯର ମାସ କାର୍ତ୍ତିକରେ ବି ହାତ ବାନ୍ଧି ବସିଛନ୍ତି ଶହଶହ ସଙ୍କୀର୍ତ୍ତନ ମଣ୍ତଳୀର କଳାକାର। ଏହି ମାସରେ ଗାଁ ଗହଳି ଠାରୁ ଆରମ୍ଭ କରି ଦେବାଳୟ ପର୍ଯ୍ଯନ୍ତ ହରିନାମ ସଙ୍କୀର୍ତ୍ତନରେ ଗୁଞ୍ଜରିତ ହୋଇ ଥାଏ  ସକାଳ ଠୁ ସଞ୍ଜ ପର୍ଯ୍ଯନ୍ତ । ଚାରିଆଡେ ନାମଯଜ୍ଞ ଏବଂ ହରିଧ୍ବନିରେ ପ୍ରକମ୍ପିତ ହୋଇଥାଏ। ମାତ୍ର ଚଳିତ ବର୍ଷ କରୋନା କଟକଣା ପାଇଁ ନୀରବି ଯାଇଛି ସବୁକିଛି।

2ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ବର , ବସ୍ତା , ବାଲିଆପାଳ ଏବଂ ଭୋଗରାଇ ବ୍ଲକ ରେ ଅନେକ ସଙ୍କୀର୍ତ୍ତନ ମଣ୍ତଳୀ ରହିଛି । ଗାଁ ଗଣ୍ତା ମାନଙ୍କରେରେ ବ୍ଯକ୍ତିଗତ ହେଉ କିମ୍ବା ବଡବଡ ଧାର୍ମିକ ଅନୁଷ୍ଠାନ ମାନଙ୍କରେ ସଙ୍କୀର୍ତ୍ତନ କରି ସମଗ୍ର ଅଞ୍ଜଳ କୁ ଭକ୍ତିମୟ କରିଥାନ୍ତି ଏହି ସଙ୍କୀର୍ତ୍ତନ ମଣ୍ତଳୀର କଳାକାର ମାନେ । ବିଶେଷ କରି ଧର୍ମ ମାସ କାର୍ତ୍ତିକ ଏବଂ ମାର୍ଗଶିର ମାସରେ ସଙ୍କୀର୍ତ୍ତନ କରି ବେଶ୍ ଦିପଇସା ରୋଜଗାର କରିଥାନ୍ତି । ହେଲେ କରୋନା ପାଇଁ ଏବେ ହାତ ବାନ୍ଧି ବସିଛନ୍ତି କଳାକାର ମାନେ।

3ବସ୍ତା ବ୍ଲକ ଅନ୍ତର୍ଗତ ତାଡଦା ପଞ୍ଚାୟତରେ ବସବାସ କରନ୍ତି ଶତାଧିକ  ସଙ୍କୀର୍ତ୍ତନ ମଣ୍ତଳୀର କଳାକାର।ଏହି କଳାକାର ମାନେ ଏହାକୁ ପେଷା କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ଶୁଦ୍ଧିକ୍ରିୟା , ଗୃହ ପ୍ରତିଷ୍ଠା ,ମନ୍ଦିର ପ୍ରତିଷ୍ଠା ଏବଂ ବିଭିନ୍ନ ଧାର୍ମିକ କାର୍ଯ୍ଯକ୍ରମରେ ସଙ୍କୀର୍ତ୍ତନ କରି ଯାହା ରୋଜଗାର ହୋଇଥାଏ ସେଥିରେ ସେମାନଙ୍କର ପରିବାର ପ୍ରତିପୋଷଣ ହୋଇଥାଏ। ତେବେ ଗତ ୯ମାସ ହେଲା ବେରୋଜଗାର ହୋଇ ବସିଥିବା ଏହି କଳାକାରମାନେ ଆଶା ବାନ୍ଧି ବସିଥିଲେ ଯେ, ଧର୍ମ ମାସ କାର୍ତ୍ତିକ ମାସ ରେ ସଙ୍କୀର୍ତ୍ତନ କରି କିଛି ରୋଜଗାର କରିବେ । ମାତ୍ର ସରକାରଙ୍କ କରୋନା କଟକଣା ଆଗରେ ସେମାନଙ୍କର ଆଶା ମଉଳି ଯାଇଛି। କେବେ ପରିସ୍ଥିତି ସ୍ବଭାବିକ ହେବ ଏବଂ କଳାକାର ମାନେ ସଙ୍କୀର୍ତ୍ତନ କରି  ଦି ପଇସା ରୋଜଗାର କରି ପାରିବେ ସେନେଇ ଏବେ ଚିନ୍ତାରେ ଏହି ସଙ୍କୀର୍ତ୍ତନ ମଣ୍ତଳୀର କଳାକାରମାନେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.