କେନ୍ୟୁଜ୍(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେମାନଙ୍କ ପାଇଁ ଆଡଭୋକେଟ୍ କରିବା ସହ ପ୍ରଦୀପ କହିଛନ୍ତି, ଅଭୟକାନ୍ତ ଜଣେ ଭଲ ଅଫିସର । ଆକାଶ ପାଠକ ଟାଟା ମୋଟର୍ସରେ କାମ କରନ୍ତି । କମ୍ପାନୀ ତରଫରୁ ଆକାଶଙ୍କୁ ଚାର୍ଟର ପାଇଁ ଅନୁମତି ରହିଛି ।
୨୦୧୬ରେ GMATରେ ସବୁଠୁ ଅଧିକ ନମ୍ବର ରଖିଥିଲେ । ଅଲ୍ ଇଣ୍ଡିଆ ଟପ୍ର ହୋଇଥିଲେ ଆକାଶ । ସେ ରୋମାନିଆରେ କାମ କରନ୍ତି । ମାଆଙ୍କ ପାଇଁ ରୋମାନିଆରୁ ଚାକିରି ଛାଡି ଆସିଥିଲେ । ଆକାଶଙ୍କ ଭବିଷ୍ୟତ ନଷ୍ଟ କରାଯାଉଛି । ଟାଟା ଆଡମିନଷ୍ଟ୍ରେଟିଭ୍ ପାଇଁ ଅଫର ଆସିଥିଲା । ୨୦୧୮ ମସିହା ଅଗଷ୍ଟ ୩ରେ ଆକାଶ VP ଆଡମିନିଷ୍ଟ୍ରେସନରେ ନିଯୁକ୍ତି ପାଇଥିଲେ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।
ସେପଟେ ସାମନାକୁ ଆସୁଛି ପ୍ରଦୀପ ପାଣିଗ୍ରାହୀ ଓ ଗିରଫ ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଲିଙ୍କର ରହସ୍ୟ । ଅଭୟକାନ୍ତଙ୍କ ପରିବାର ସହ ଚାର୍ଟର ପ୍ଲେନରେ ବୁଲିଥିଲା ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର । ଲକଡାଉନ୍ ବେଳେ ବିଭିନ୍ନ ସମୟରେ ଦୁଇ ପରିବାର ବିଭିନ୍ନ ସ୍ଥାନକୁ ଯାଇଥିଲେ । ଏହାର ଏକ୍ସକ୍ଲୁସିଭ୍ ଡକ୍ୟୁମେଣ୍ଟ ଏବେ ସାମନାକୁ ଆସିଛି । ମାର୍ଚ୍ଚ ମାସରେ ପୁଣେ-ଭୁବନେଶ୍ୱର ଚାର୍ଟର ପ୍ଲେନ ବୁକିଂ ହୋଇଥିଲା । ଯେଉଁଥିରେ ଆକାଶ ପାଠକଙ୍କ ସହ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅ।