ନୟାଗଡ଼ : ଆଜି ନୟାଗଡ଼ ଯିବ କଂଗ୍ରେସ ଟିମ୍ । କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଏକ ଟିମ୍ ଯଦୁପୁର ଯାଇ ପରୀ ପରିବାରକୁ ଭେଟିବ । ଏହି ଟିମ୍ରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହେବେ ।
ଯଦୁପୁର ଗସ୍ତ କରି ପରୀ ପରିବାର ଲୋକଙ୍କ ସହ ଆଲୋଚନା କରିବେ । ପରୀ ହତ୍ୟା ମାମଲାରେ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛି ଦଳ । କଂଗ୍ରେସ ପୂର୍ବରୁ ବିଜେପିର ଏକ ଟିମ୍ ମଧ୍ୟ ଯାଇ ପରୀ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛି । ପ୍ରତି ନିର୍ବାଚନ ମଣ୍ଡଳୀରେ ୨୦ରୁ ୨୫ ତାରିଖ ମଧ୍ୟରେ ଆନ୍ଦୋଳନ କରିବାକୁ ବିଜେପି ଚେତାବନୀ ଦେଇଛି ।