ଭଗବାନ କୃଷ୍ଣଙ୍କ ସ୍ୱରୂପ ମାର୍ଗଶିିର ମାସ, ସୁଖ-ସମୃଦ୍ଧି ପ୍ରାପ୍ତି ପାଇଁ କରନ୍ତୁ ଏହିସବୁ କାମ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ ମାର୍ଗଶିିର ମାସ ୧ ଡିସେମ୍ବରରୁ ଆରମ୍ଭ ହୋଇସାରିଛି। ଏହି ମାସର ପୂର୍ଣ୍ଣିମା ତିଥିରେ ମୃଗଶିରା ନକ୍ଷତ୍ର ହୋଇଥିବାରୁ ଏହାକୁ ମାର୍ଗଶିିର ମାସ କୁହାଯାଏ। ଏହି ମାସକୁ ନେଇ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ମାର୍ଗଶିିର ମାସ ତାଙ୍କର ସ୍ୱରୂପ। ମାନ୍ୟତା ରହିଛି ମାର୍ଗଶିିର ମାସରେ ନଦୀରେ ସ୍ନାନ କରିବା ଦ୍ୱାରା ମନୁଷ୍ୟର ସମସ୍ତ ପାପ ନଷ୍ଟ ହୋଇଥାଏ। ଉଲ୍ଲେଖ ରହିଛି, ଥରେ ଭଗବାନ ଶ୍ରୀକୃଷ୍ଣ ଗୋପୀମାନଙ୍କୁ କହିଥିଲେ ମାର୍ଗଶିିର ମାସରେ ଯମୁନାରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତି ତାଙ୍କୁ ପ୍ରାପ୍ତି କରିପାରିବେ। କୁହାଯାଇଥାଏ, ସେବେଠାରୁ ହିଁ ମାର୍ଗଶିିର ମାସରେ ନଦୀରେ ସ୍ନାନ କରିବାର ପରମ୍ପରା ଆରମ୍ଭ ହୋଇଥିଲା।

ସେହିଭଳି ମାନ୍ୟତା ରହିଛି, ଏହି ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରିବା ଏବଂ ଗାୟତ୍ରୀ ମନ୍ତ୍ର ଜପ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ମାସରେ ଆଉ କେଉଁ କେଉଁ କାମ କରିବା ଉଚିତ।

puja-ମାର୍ଗଶିିର ମାସରେ ପ୍ରତିଦିନ ନିୟମିତ ରୂପେ ସକାଳୁ ସ୍ନାନ ସାରି ବିଷ୍ଣୁ ସହସ୍ରନାମ, ଗଜେନ୍ଦ୍ରମୋକ୍ଷ ତଥା ଭଗବତ ଗୀତା ପାଠ କରିବା ଉଚିତ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହାଦ୍ୱାରା ମନୁଷ୍ୟର ପ୍ରତ୍ୟେକ ମନସ୍କାମନା ପୂରଣ ହୋଇଥାଏ। ଏଥିସହ ସମସ୍ତ ପାପ କର୍ମର ମଧ୍ୟ ବିନାଶ ହୋଇଥାଏ।

-ମାର୍ଗଶିିର ମାସରେ ଭଗବାନ ଶ୍ରୀକୃଷ୍ଣ ନିଜେ ଯମୁନାରେ ସ୍ନାନ କରିବାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଥିବାରୁ ଏହି ମାସରେ ନିଶ୍ଚୟ ଥରେ ନଦୀରେ ସ୍ନାନ କରି ଭଗବାନଙ୍କ ପୂଜା କରନ୍ତୁ। ଏହା ଅତ୍ୟନ୍ତ ଶଭୁ ଫଳଦାୟୀ ହୋଇଥାଏ।

-ଭଗବାନ ଶ୍ରୀକୃଷ୍ଣ ବିଷ୍ଣୁଙ୍କ ସ୍ୱରୂପ। ଏହି କାରଣରୁ ମାର୍ଗଶିିର ମାସରେ ଭଗବାନ ବିଷ୍ଣୁଙ୍କର ମଧ୍ୟ ପୂଜା କରିବା ଉଚିତ। ଏଥିସହ ଭଗବାନଙ୍କୁ ତୁଳସୀ ଅର୍ପଣ କରବିା ସହ ଭୋଗ ଲଗାନ୍ତୁ। ପରେ ଏହି ପ୍ରସାଦକୁ ନିଜେ ଅର୍ପଣ କରନ୍ତୁ।

krishna-ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଶଙ୍ଖ। ଏହି କାରଣରୁ ମାର୍ଗଶିିର ମାସରେ ଶଙ୍ଖ ପୂଜା କରିବା ସହ ସେଥିରେ ଗଙ୍ଗା ଜଳ ରଖି ଭଗବାନ ଶ୍ରୀକୃଷ୍ଣଙ୍କ ଚାରିପଟେ ବୁଲାନ୍ତୁ। ପୂଜା ସମ୍ପନ୍ନ ହେବା ପରେ ସେହି ଗଙ୍ଗା ଜଳକୁ ଘର ଚାରିପଟେ ଛିଞ୍ଚନ୍ତୁ। ଏପରି କରିବା ଦ୍ୱାରା ସକରାତ୍ମକ ଶକ୍ତି ସଂଚାର ହେବା ସହ ପରିବାରରେ ସୁଖ-ଶାନ୍ତି ଲାଗି ରହିଥାଏ।

-ମାର୍ଗଶିିର ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରିବା ସହ ଏହି ମନ୍ତ୍ର ଜପ କରିବା ଉଚିତ। ଏହି ମନ୍ତ୍ର ଜପ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବା ସହ ସଫଳତା ପ୍ରାପ୍ତି ହୋଇଥାଏ।

ଓମ୍‌ ଦାମୋଦରାୟ ନମଃ
ଓମ୍‌ ନମୋ ଭଗବତେ ବାସୁଦେବାୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.