ଅଯୋଧ୍ୟାରେ ‘ରାମସେତୁ’ର ସୁଟିଂ କରିବାକୁ ଚାହୁଁଛନ୍ତି ଖିଲାଡି କୁମାର, ମୁଖ୍ଯମନ୍ତ୍ରୀ ଯୋଗୀଙ୍କୁ ମାଗିଲେ ଅନୁମତି

ଉତ୍ତର ପ୍ରଦେଶରେ ତିଆରି ହେବାକୁ ଯାଉଥିବା ଭବ୍ଯ ଫିଲ୍ମ ସିଟି ନିର୍ମାଣକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଦେଖିବାକୁ ମିଳିଛି। ବିଶ୍ବସ୍ତରୀୟ ଫିଲ୍ମ ସିଟି ନିର୍ମାଣ କରିବାକୁ ଘୋଷଣା କରିଥିବା ଉତ୍ତରପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ଏହି ମିଶନ ପାଇଁ ଜୋରସୋରରେ କାମ ଆରମ୍ଭ କରିଦେଇଛନ୍ତି। ନିକଟରେ ଯୋଗୀ ଆଦିତ୍ଯନାଥ ମୁମ୍ବାଇ ଗସ୍ତ ସମୟରେ ଅନେକ ସେଲିବ୍ରିଟିଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ଏହି ସମୟରେ ତାଙ୍କ ସହିତ ଖିଲାଡି ଷ୍ଟାର ଅକ୍ଷୟ କୁମାର ମଧ୍ୟ ସାକ୍ଷାତ କରିଥିଲେ।

ଖବର ମୁତାବକ, ଅକ୍ଷୟ କୁମାର ନିଜ ଆଗାମୀ ଫିଲ୍ମ ‘ରାମ ସେତୁ’ର ସୁଟିଂ ଉତ୍ତର ପ୍ରଦେଶର ଅଯୋଧ୍ଯାରେ କରିବା ପାଇଁ ଅନୁମତି ମାଗିଛନ୍ତି । ଉତ୍ତର ପ୍ରଦେଶ ସିଏମଓ ପକ୍ଷରୁ କୁହାଯାଇଛି କି, ଅକ୍ଷୟ କୁମାର ସିଏମ ଯୋଗୀ ଆଦିତ୍ୟନାଥଙ୍କଠୁ ତାଙ୍କ ଆଗାମୀ ଫିଲ୍ମ ‘ରାମ ସେତୁ’ର ସୁଟିଂ ଅଯୋଧ୍ୟାରେ କରିବା ପାଇଁ ଅନୁମତି ମାଗିଛନ୍ତି । ଅକ୍ଷୟ କୁମାର ନିଜର ଏହି ଫିଲ୍ମର ଘୋଷଣା ଦୀପାବଳି ଅବସରରେ କରିଥିଲେ ।

ଅକ୍ଷୟ କୁମାର ତାଙ୍କ ଅପକମିଂ ଫିଲ୍ମ ‘ବେଲବଟମ’ରେ ନଜର ଆସିବେ । ଏହାଛଡା ଅକ୍ଷୟ କୁମାର ସାରା ଅଲ୍ଲୀ ଖାନଙ୍କ ସହିତ ‘ଅନ୍ତରଙ୍ଗୀ’ରେ ମଧ୍ୟ କାମ କରୁଛନ୍ତି । ତାଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ମଧ୍ୟ ରିଲିଜ ହେବା ପାଇଁ ପ୍ରସ୍ତୁତ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.