ଗ୍ରହଣ କରିପାରୁନି ମା : ଚାରି ଦିନ ପରେ ମୃତ ଶିଶୁକୁ ମାଟିରୁ ଖୋଳି ବାହାର କଲା, ଆଉ ତା ପରେ..

ଝାରୁସୁଗୁଡା: ବୁଝିଲାନି ମା ମନ, ଚାରି ଦିନ ପରେ ମୃତ ଶିଶୁକୁ ମାଟିରୁ ଖୋଳି ବାହାର କଲା, କ୍ଷୀର ବି ଖୁଆଇବାକୁ ଚେଷ୍ଟା କଲା । ଏହିଭଳି ଏକ ଘଟଣା ଘଟିଛି ଝାରସୁଗୁଡା ସହରାଞ୍ଚଳର ଚାନ୍ଦମାରୀ ନିକଟରେ। ଏହି ଦୃଶ୍ୟ ସତରେ ଭାରି ହ୍ରୁଦୟସ୍ପର୍ଶୀ ।

ଶ୍ମଶାନ ପାଖରେ କଅଁଳା ଶିଶୁକୁ ଧରି ବସିରହିଛି ମାଆଟି। ତା ଛୁଆକୁ କ୍ଷୀର ଖୁଆଇବାକୁ ଚେଷ୍ଟା କରୁଛି । ଆଖପାଖରେ ଲୋକଙ୍କ ବେଶ ଭିଡ ଜମିଛି । ତେବେ ପୂରା ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚାନ୍ଦମାରୀ ଅଞ୍ଚଳର ଏକ ଦମ୍ପତ୍ତିଙ୍କ ୪ମାସର ଶିଶୁପୁତ୍ର ଜ୍ବରରେ ଆକ୍ରାନ୍ତ ହୋଇ ଗତ ୧ ତାରିଖରେ ଆଖି ବୁଜିଥିଲା । ଯାହାପରେ ମୃତ ଦେହକୁ ଶ୍ମଶାନରେ ପୋତି ଦିଆଯାଇଥିଲା । କିନ୍ତୁ ଶିଶୁପୁତ୍ରକୁ ହରାଇ ଦୁଃଖୀ ବାପା-ମାଙ୍କ ମନ ବୁଝିନଥିଲା, ଶେଷରେ ବୁଲିବୁଲି ଗୁଣିଆ ନିକଟରେ ପହଞ୍ଚିଥିଲେ। ଗୁଣିଆ କହିଥିଲା ଶିଶୁଟି ବଞ୍ଚିଛି, ତାକୁ ଖୋଳି ବାହାର କର।

soilଏକଥା ଶୁଣି ଶୁଶୁଟିର ବାପାମାଆ ଖୁସିରେ ପାଗଳ ହୋଇଗଲେ, ଆଉ ଗୁଣିଆ କଥାକୁ ବିଶ୍ବାସ ମଧ୍ଯ କରି ଯାଇଥିଲେ । ସାହି ପଡିଶାଙ୍କ ସହ ଆସି ମୃତ ଦେହକୁ ଖୋଳି କାଢିଥିଲେ । ମୃତ ଶିଶୁକୁ ପାଇ ମା କୋଳକୁ ନେଇ ଯାଇଥିଲା । ଆଉ କ୍ଷୀର ଖୁଆଇବାକୁ ଚେଷ୍ଟା ବି କରିଥିଲା । ଯେତେହେଲେ ମାଆ ମନ । ପୁଅର ମୃତ୍ୟୁ କଥା ବିଶ୍ବାସ କରିବାକୁ ପ୍ରସ୍ତୁତ ନଥିଲା ମାଆ । ତେବେ ଥରେ ମରିବା ପରେ କିଏ କଣ ଆଉ ଫେରେ।

maaତେବେ ଏନେଇ ସୂଚନା ପାଇବାପରେ ଘଟଣାସ୍ଥଳରେ ପୋଲିସ ଓ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ପହଞ୍ଚି ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ | ଶିଶୁକୁ ପୁଣି ମୃତ ଘୋଷଣା କରିଥିଲେ ଡାକ୍ତର। ୪ଦିନ ତଳୁ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । କିନ୍ତୁ ଗୁଣିଆ କଥାରେ ଏତେ ବିଶ୍ବାସ ଯେ, ମା ମାନିବାକୁ ପ୍ରସ୍ତୁତ ନଥିଲେ ଯେ ତା ପୁଅ ଆଉ ଏଦୁନିଆରେ ନାହିଁ । ଏକଥାକୁ ବୁଝାଇବାକୁ ଦୀର୍ଘ ୪ଘଣ୍ଟା ପର୍ଯ୍ୟନ୍ତ ନାକେଦମ ହୋଇଥିଲା ପ୍ରଶାସନ।

local ମା’ ହେଉଛି ଏମିତି ଏକ ମଣିଷ ଯାହାର ସ୍ଥାନ କିଏ କେବେ ନେଇପାରିନଥାଏ। ଈଶ୍ବର କେବଳ ଗୋଟିଏ ହିଁ ନିଷ୍ପତ୍ତି ଆମ ସମ୍ପର୍କରେ ନିଅନ୍ତି। ତାହା ହେଉଛି, କାହା ମାଧ୍ୟମରେ ଆମକୁ ଦୁନିଆକୁ ପଠାଇବେ। ଆଉ ସିଏ ହେଉଛି ମା’ । ଏଭଳି କୌଣସି ବ୍ୟକ୍ତି ନାହିଁ, ଯିଏ କହିପାରିବ ଯେ ବିନା ମା’ରେ ସେ ଦୁନିଆକୁ ଆସିଛି। ତେବେ ଗୋଟେ ମା ପାଇଁ ତା ସନ୍ତାନର ମୂଲ୍ଯ ଯେ କେତେ ତହାକୁ କେହିବି ବଖାଣି ପାରିବେନାହିଁ । ତେବେ ଏମିତି ନିରିହ ଓ ଅସହାୟ ଲୋକଙ୍କୁ ଆଜିବି ଅନ୍ଧ ବିଶ୍ବାସର ବଶବର୍ତ୍ତୀ କରାଇ ଫାଇଦା ନେଉଛନ୍ତି ଗୁଣିଆ । ଏ ଦିଗରେ ସରକାର କଠୋର ଦଣ୍ଡ ବିଧାନ କରିବା ଆବଶ୍ଯକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.