୧୨୧ ଟଙ୍କା ଜମା କରି ଝିଅର ୨୫ ବର୍ଷରେ ପାଆନ୍ତୁ ୨୭ ଲକ୍ଷ, କନ୍ୟାଦାନ ବେଳେ ହେବନି କୌଣସି ସମସ୍ୟା

ସବୁ ବାପା ମାଆଙ୍କର ସ୍ୱପ୍ନ ଥାଏ ଯେ ତାଙ୍କ ଝିଅ ବାହାଘର ବଡ଼ ଧୂମ୍‌ଧାମ୍‌ରେ ହେଉ। କିନ୍ତୁ ସ୍ୱପ୍ନ ଥିଲେ ବି ସେସବୁ ପୂରଣ ହୋଇପାରେନା ଆର୍ଥିକ ସମସ୍ୟା କାରଣରୁ। ତେଣୁ ଯଦି ଆପଣ ଝିଅର ଭବିଷ୍ୟତକୁ ନେଇ ଚିନ୍ତା କରୁଛନ୍ତି କିମ୍ବା ଭବିଷ୍ୟତ କେମିତି ଭଲରେ କଟିବ ତାହା ବିଷୟରେ ଭାବୁଛନ୍ତି, ତାହେଲେ ଏଲଆଇସିର କନ୍ୟାଦାନ ଯୋଜନା ଆପଣଙ୍କୁ ନିଶ୍ଚିତ ଭାବରେ ସାହାଯ୍ୟ କରିବ।

ଏଲଆଇସିର ଏହି ପଲିସିରେ ଆପଣ ମାତ୍ର ୧୨୧ ଟଙ୍କା ନିବେଶ କରି ଭବିଷ୍ୟତରେ ୨୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ପଲିସି ପାଇପାରିବେ। ଏହାଦ୍ୱାରା ଆପଣ ମୋଟା ଅଙ୍କର ଟଙ୍କା ସଞ୍ଚୟ କରିପାରିବେ, ଯାହାଦ୍ୱାରା ଝିଅର ବିବାହ ବଡ଼ ଧୂମଧାମରେ ଆପଣ କରିପାରିବେ। ତା’ହେଲେ ଆସନ୍ତୁ ଜାଣିବା ଏଥିରେ ନିବେଶ କେମିତି କରିବେ ଏବଂ କ’ଣ ଫାଇଦା ମିଳିବ।

ଏଲଆଇସି ଝିଅ ବିବାହରେ ବାପା ମାଆଙ୍କ ବୋଝକୁ କମ୍ କରିବାପାଇଁ ଏହି ପଲିସି ଆରମ୍ଭ କରିଛି। ଏହି ଯୋଜନାର ନାମ ହେଉଛି କନ୍ୟାଦାନ ଯୋଜନା। ଏହି ଯୋଜନାରେ ୧୨୧ ଟଙ୍କା ପ୍ରତିଦିନ ନିବେଶ କରିବେ ବା ୩୬୦୦ ଟଙ୍କା ମନ୍ଥଲୀ ପ୍ରିମିୟମ ଭରିବାକୁ ହେବ। ଏପରି କରି ଆପଣ ୨୭ ଲକ୍ଷ ଟଙ୍କା ରିଟର୍ଣ୍ଣ ପାଇପାରିବେ। ଏହି ଟଙ୍କା ଆପଣଙ୍କୁ ଝିଅର ୨୫ ବର୍ଷ ପୂରା ହେବା ପରେ ମିିଳିବ। ଏହି ପଲିସିରେ ଆପଣଙ୍କୁ ଏହାଠାରୁ କମ୍ କିମ୍ବା ଅଧିକ ପ୍ରିମିୟମର ସୁବିଧା ମଧ୍ୟ ମିଳିପାରିବ । ଆପଣ ଏହାକୁ ନିଜ ଇଚ୍ଛା ଅନୁଯାୟୀ ବାଛି ପାରିବେ। ପଲିସି ନେବା ପରେ ଯଦି ନିବେଶକଙ୍କ ମୃତ୍ୟୁ ହୋଇଯାଏ ତାହେଲେ ପରିବାରକୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ମିଳିବ।

arundhati-schemeପଲିସିର ଫାଇଦା

– ଏଲଆଇସିର ଏହି ପଲିସି ଭିତରେ ଯଦି ବିମାଧାରକ ପ୍ରତିଦିନ ୭୫ ଟଙ୍କା ଜମା କରନ୍ତି ତା’ହେଲେ ଝିଅକୁ ୨୫ ବର୍ଷ ହେବା ପରେ ୧୪ ଲକ୍ଷ ଟଙ୍କା ମିଳିବ। ଯାହାକି ଆପଣଙ୍କ ଝିଅର ବିବାହ ସମୟରେ ବହୁତ ଲାଭ ମିଳିପାରିବ । ଏହିପରି ଭାବେ ଯେତେ ଅଧିକ ଆପଣ ନିବେଶ କରିବେ ସେତେ ଅଧିକ ଟଙ୍କା ଆପଣଙ୍କୁ ରିଟର୍ଣ୍ଣ ମିଳିବ। ଉଦାହରଣ ସ୍ୱରୂପ ଯଦି ଆପଣ ପ୍ରତିଦିନ ୧୨୧ ଟଙ୍କା ଜମା କରୁଛନ୍ତି ତା’ହେଲେ ପଲିସିର ମାଚ୍ୟୁରିଟି ବେଳେ ପ୍ରାୟ ୨୭ ଲକ୍ଷ ଟଙ୍କା ମିଳିବ।

– ବୀମାଧାରକଙ୍କ ମୃତ୍ୟୁ ହେଲେ ପରିବାରକୁ ୫ ଲକ୍ଷ ଟଙ୍କା ମିଳିବ। ପଲିସି ଧାରକଙ୍କୁ ମିଳିବାକୁ ଥିବା ମୃତ୍ୟୁ ଲାଭ ବାର୍ଷିକ ଇନଷ୍ଟଲମେଣ୍ଟରେ ଦିଆଯିବ।

– ଯଦି ବୀମାଧାରକଙ୍କ ମୃତ୍ୟୁ ଆକ୍ସିଡେଣ୍ଟ ଦ୍ୱାରା ହେଉଛି ତାହେଲେ ପରିବାରକୁ ୧୦ ଲକ୍ଷ ଟଙ୍କା ମିଳିବ।

– ପଲିସି ଅନ୍ତର୍ଗତ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଉଛି ତା’ହେଲେ ତାଙ୍କ ପରିବାରକୁ ଏହି ପଲିସିର ପ୍ରିମିୟମ ପେମେଣ୍ଟ କରିବାକୁ ପଡ଼ିବନାହିଁ। କମ୍ପାନୀ ନିଜେ ପରିବାରକୁ ୧ ଲକ୍ଷ ଟଙ୍କା ଦେବ। ଏହାସହିତ ୨୫ ବର୍ଷ ପରେ ମ୍ୟାଚୁରିଟି ଆମାଉଣ୍ଟ ବି ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.