ବିହାର ଛାତ୍ର କଲେଜ ଫର୍ମରେ ଇମ୍ରାନ୍ ହାଶମୀଙ୍କୁ ଲେଖିଲେ ବାପା ଓ ସନି ଲିଓନୀଙ୍କୁ ମା’, ସୋସିଆଲ୍ ମିଡିଆରେ ଲାଗିଲା ନିଆଁ
ମୁମ୍ବାଇ : ବିହାରର ଜଣେ ଛାତ୍ର ସନି ଲିଓନୀଙ୍କୁ ନିଜର ମା’ ଓ ଇମ୍ରାନ୍ ହାସ୍ମୀଙ୍କୁ ନିଜର ବାପା ବୋଲି କହିବା ପରେ ସୋସିଆଲ୍ ମିଡିଆରେ ଜବରଦସ୍ତ ହଙ୍ଗାମା ସୃଷ୍ଟି ହୋଇଛି । ବିହାର ମୁଜାଫର ନଗର ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର ଧନରାଜ ମେହେତା କଲେଜରେ ପଢ଼ୁଥିବା ଏହି ଛାତ୍ର ଜଣକଙ୍କ ନାମ କୁନ୍ଦନ କୁମାର ।
ଏହି ଛାତ୍ର ଜଣକ କଲେଜ ଫର୍ମରେ ନିଜର ବାପା ଓ ମା’ଙ୍କ ସ୍ଥାନରେ ଇମରାନ୍ ହାସମୀ ଓ ସନି ଲିଓନୀ ବୋଲି ଲେଖିଥିଲେ । ଏବଂ ଠିକଣା ସ୍ଥାନରେ ମୁଜାଫର ସହର ସ୍ଥିତ ଚତୁର୍ଭୁଜ ଇଲାକା ବୋଲି ଲେଖିଛନ୍ତି । ଯ ।ହାକି ଏକ ରେଡ୍ ଲାଇଟ୍ ଅଞ୍ଚଳ ଅଟେ । ଏହାକୁ ନେଇ ସୋସିଆଲ୍ ମିଡିଆରେ ହଙ୍ଗାମା ସୃଷ୍ଟି ହୋଇଛି । ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରେ ଏହି ଅଭିନେତା ଓ ଅଭିନେତ୍ରୀଙ୍କୁ ତାଙ୍କର ପ୍ରଶଂସକମାନେ ଖୁବ୍ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଛନ୍ତି ।
ଫଳରେ ଏବେ ଇମରାନ୍ ହାସମୀ ନିରବତା ଭାଙ୍ଗି ଏହାର ଉତ୍ତର ଦେବାକୁ ସୋସିଆଲ୍ ମିଡିଆରେ ଟ୍ଵିଟ୍ କରିଛନ୍ତି । ସେ ଟ୍ଵିଟ୍ରରେ ଲେଖିଛନ୍ତି ‘ ଓ ମେରି ଔଲାଦ୍ ନେହିଁ ହେ, ମେଁ କସମ୍ ଖାତା ହୁଁ ’ । ଇମ୍ରାନଙ୍କ ଏହି ଟ୍ଵିଟ୍ ପରେ ତାଙ୍କର ପ୍ରଶଂସକମାନେ ମଧ୍ୟ ଇମରାନ୍ଙ୍କୁ ମଜାଦାର ପ୍ରଶ୍ନମାନ ପଚାରିବା ଆରମ୍ଭ କରି ଦେଇଛନ୍ତି ।
ଉକ୍ତ ଛାତ୍ରଙ୍କର ଏହି ଫର୍ମ ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରେ ଏହା ନିଆଁ ଭଳି ମାଡିଚାଲିଛି । ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି । ପ୍ରକୃତ ତଥ୍ୟ ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।