ସ୍ପଷ୍ଟ ଦିବାଲୋକରେ ଭୁବନେଶ୍ୱର କଳିଙ୍ଗ ବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଜାମିନରେ ଆସିଥିବା ଅଭିଯୁକ୍ତ

ଭୁବନେଶ୍ୱର: ସ୍ପଷ୍ଟ ଦିବାଲୋକରେ ଭୁବନେଶ୍ୱରରେ ଗୁଳିକାଣ୍ଡ। ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ । ତମାଣ୍ଡ ନିକଟସ୍ଥ କଳିଙ୍ଗ ବିହାର କେ-୪ରେ ଜାମିନରେ ଆସିଥିବା ଅଭିଯୁକ୍ତକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି।

ବାଇକ୍‌ରେ ଆସି ୩ ଜଣ ଯୁବକ ଗୁଳି କରି ଫେରାର ହୋଇଯାଇଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ତେବେ ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ପୋଲିସର ତନାଘନା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.