ଧୋକା ଦେଇ ଦ୍ୱିତୀୟ ବିବାହ କଲା ପ୍ରତାରିତ ସ୍ୱାମୀ, ବିଂଝାରପୁର ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି ପ୍ରଥମ ପତ୍ନୀ

ଯାଜପୁର ଟାଉନ୍: ପତ୍ନୀକୁ ଧୋକା ଦେଇ ଦ୍ୱିତୀୟ ବିବାହ କଲା ପ୍ରତାରିତ ସ୍ୱାମୀ। ପ୍ରଥମ ସ୍ତ୍ରୀ କୁ ଆକ୍ରମଣ କରି ଘରୁ ତଡି ଦେବା ପରେ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ପ୍ରଥମ ସ୍ତ୍ରୀ। ଯାଜପୁର ଜିଲା ବିଂଝାରପୁର ଥାନା ମାଂସଡା ଗ୍ରାମର ନିରଂଜନ ଜେନାଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ।

ପ୍ରଥମ ପତ୍ନୀ ନମିତାଙ୍କ ଅଭିଯୋଗ ମୁତାବକ ସ୍ୱାମୀ ବାହାରୁ ଘରକୁ ଆସିବା ପରେ ତାଙ୍କ ଉପରେ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ବାମୀ ଦ୍ୱିତୀୟ ବିବାହ କରିଛନ୍ତି। ଏ ନେଇ ପଡୋଶୀ ମାନଙ୍କ ଦ୍ୱାରା ସମାଧାନ କରିବାକୁ ଉଦ୍ୟମ କରାଯାଇ ଥିଲେ ମଧ୍ଯ ତାହା ବିଫଳ ହୋଇଥିଲା। ପରେ ଏ ନେଇ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି ନମିତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.