ରାଜ୍ୟରେ କମୁଛି କରୋନାର ପ୍ରଭାବ, ଆଜି ପୁଣି ସୁସ୍ଥ ହେଲେ ୪୦୫ କଣ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରୁ ଆଉ ୪୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧାରୁ ୫୨ ଜଣ, ମୟୁରଭଞ୍ଜରୁ ୧୭ଜଣ, କଟକରୁ ୨୯ ଜଣ, ଅନୁଗୁଳରୁ ୩୪ ଜଣ, ପୁରୀରୁ ୧୯ ଜଣ, ବରଗଡ଼ରୁ ୨୩ ଜଣ, କଳାହାଣ୍ଡିରୁ ୮ଜଣ, ବଲାଙ୍ଗୀରରୁ ୨୭ ଜଣ, କେନ୍ଦ୍ରାପଡ଼ାରୁ ୯ ଜଣ, ବାଲେଶ୍ବରରୁ ୯ ଜଣ, ଜଗତସିଂହପୁରରୁ ୧୪ଜଣ, ନୂଆପଡ଼ାରୁ ୯ ଜଣ, ସମ୍ବଲପୁରରୁ ୮ଜଣ, କେନ୍ଦୁଝରରୁ ୬ ଜଣ, ଯାଜପୁରରୁ ୨୧ ଜଣ ଓ ଷ୍ଟେଟପୁଲରୁ ୧୨ ଜଣ ରୋଗୀ କରୋନାରୁ ଆରୋଗ୍ୟ ହୋଇଛନ୍ତି।


ତେବେ ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୩୧୮୬୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ ଯୋଗେ ସୂଚନା ଦେଇଛି।

Leave A Reply

Your email address will not be published.