ଢେଙ୍କାନାଳ: ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଜଳିପୋଡି ପାଉଁଶ ହୋଇଗଲା ୫ବଖରା ଘର । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଲାଉଲଇ ଗାଁରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।
ବାଡି ପଛପଟେ ଲାଗି ରହିଥିବା ଧାନ ଖଳାରେ ମଧ୍ୟ ସମସ୍ତ ଧାନ ପୋଡି ପାଉଁଶ ହୋଇଛି । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହଁ ।