ଥଣ୍ଡା ଦିନେ ଅଧିକାଂଶ ସମୟରେ ଶୁଷ୍କ ତ୍ୱଚାର ସମସ୍ୟା ଦେଖିବାକୁ ମିଳିଥାଏ। ଅତ୍ୟଧିକ ଥଣ୍ଡା କାରଣରୁ ମଧ୍ୟ ତ୍ୱଚାର କୋମଳତା ନଷ୍ଟ ହୋଇଯାଇଥାଏ। ଯାହାଫଳରେ ତ୍ୱଚାରେ ଶୁଷ୍କପଣ ଦେଖାଯାଇଥାଏ। ଏଥିପାଇଁ ମହିଳାମାନେ ବିଭିନ୍ନ ପ୍ରକାର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଏସବୁ ବ୍ୟବହାର କରିବା ପରେ ମଧ୍ୟ ବିଶେଷ କିଛି ଫରକ୍ ପଡିନଥାଏ। ଏନେଇ ଆଜି ଆମେ ଆପଣଙ୍କୁ ଖଜୁରୀରେ ପ୍ରସ୍ତୁତ ହୋମମେଡ୍ ଫେସ୍ ପ୍ୟାକ୍ ବିଷୟରେ କହିବୁ। ଏହି ଫେସ୍ ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ଶୁଷ୍କ ତ୍ୱଚା ସମସ୍ୟା, ବ୍ରଣ ଏବଂ ଦାଗ ଆଦି ଦୂର ହୋଇଯିବ। ଏଥିସହ ଶୀତଦିନେ ତ୍ୱଚା ଗ୍ଲୋଇଂ ଏବଂ ସୁସ୍ଥ ରହିଥାଏ। ପୋଷକ ତତ୍ତ୍ୱରେ ଭରପୁର ଥିବା ଖଜୁରୀ ଶରୀର ପାଇଁ ଲାଭକାରୀ ହୋଇଥାଏ।
ଫେସପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ
୫ ରୁ ୬ଟି ଖଜୁରୀ
୧ କପ୍ କ୍ଷୀର
୧ ଟେବୁଲ୍ ସ୍ପୁନ୍ କ୍ରିମ କିମ୍ବା ମଲାଇ
୧ ଚାମଚ ଲେମ୍ବୁ ରସ
କିପରି ପ୍ରସ୍ତୁତ
ଏହି ଫେସପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ରାତିସାରା ଖୁଜୁରୀକୁ କ୍ଷୀରରେ ଭିଜାଇ ରଖିବାକୁ ପଡିବ। ଏହାପରେ ତା’ପରଦିନ ସେହି ଖଜୁରୀକୁ ମଲାଇ କିମ୍ବା କ୍ରିମ ସହ ମିଶାଇ ଭଲଭାବେ ଗ୍ରାଇଣ୍ଡିଂ କରଦିଅନ୍ତୁ। ଏହାପେରେ ପ୍ରସ୍ତୁତ ହୋଇଥିବା ଏହି ପେଷ୍ଟରେ ଲେମ୍ବୁ ରସ ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
ଏପରି କରନ୍ତୁ ବ୍ୟବହାର
ଖଜୁରୀରେ ପ୍ରସ୍ତୁତ ହୋଇଥିବା ଏହି ଫେସପ୍ୟାକକୁ ବ୍ରସ କିମ୍ବା ଆଙ୍ଗୁଳି ସାହାଯ୍ୟରେ ମୁହଁ ଏବଂ ବେକରେ ଲଗାନ୍ତୁ।
ଏହି ପ୍ୟାକକୁ ୨୦ ମିନିଟ୍ ପର୍ଯ୍ୟନ୍ତ ବେକରେ ଲଗାଇ ରଖନ୍ତୁ। ସୁଖିଯିବା ପରେ ପାଣି ସାହାଯ୍ୟରେ ତ୍ୱଚାକୁ ଭଲଭାବେ ସଫା କରିଦିଅନ୍ତୁ। ସପ୍ତାହରେ ଅତିକମରେ ୩ ଥର ଏହି ଫେସପ୍ୟାକ୍ ବ୍ୟବହାର କରିବା ଦ୍ୱାରା ଆପଣ ନିଜେ ଫରକ୍ ଅନୁଭବ କରିପାରିବେ।
କାହିଁକି ଲାଭକାରୀ ହୋଇଥାଏ ଏହି ଫେସପ୍ୟାକ୍
ଭିଟାମିନ୍ ଏ ଏବଂ ଭିଟାମିନ ସି ରେ ଭରପୁର ଥିବା ଖଜୁରୀ ଶୀତଦିନେ ତ୍ୱଚାକୁ କୋମଳ ରଖିଥାଏ। ଖଜୁରୀ ତ୍ୱଚାକୁ କୋମଳ, ଗ୍ଲୋଇଂ କରିଥାଏ। ଏଥିସହ ତ୍ୱଚାକୁ ଶୁଷ୍କପଣରୁ ମଧ୍ୟ ରକ୍ଷା କରିଥାଏ। ଏସବୁ ବ୍ୟତୀତ ଏହି ଫେସପ୍ୟାକ ବ୍ୟବହାର କରିବା ଦ୍ୱାରା ବ୍ରଣ ଏବଂ ଧଳା ଦାଗ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।