ଶନିଙ୍କ ଦୁଷ୍ପ୍ରଭାବରୁ ଦୂରେଇ ରହିବା ପାଇଁ କରନ୍ତୁ ନାହିଁ ଏହିସବୁ କାମ, ଭୋଗିବାକୁ ପଡିପାରେ ଅନେକ ସମସ୍ୟା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ। ବ୍ୟକ୍ତି ଯେପରି କର୍ମ କରିଥାଏ ଠିକ୍‌ ସେହିପରି ଫଳ ମିଳିଥାଏ ବୋଲି କୁହାଯାଇଥାଏ। ଜ୍ୟୋତିଷଶାସ୍ତ୍ରର ବିଦ୍ୱାନମାନଙ୍କ କହିବାନୁଯାୟୀ, ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନି ଯୋଗ ରହିଥାଏ ସେହି ବ୍ୟକ୍ତିମାନେ ନିଜ କାମ ଉପରେ ସର୍ବଦା ନଜର ରଖିବା ଉଚିତ। ସେହିଭଳି କୁଣ୍ଡଳୀରେ ଶନିଙ୍କ ଯୋଗ ଥିବା ସମୟରେ ଭୁଲ୍‌ କାମ କରିବା ଦ୍ୱାରା ଦୁଷ୍ପ୍ରଭାବ ପ୍ରାପ୍ତି ହୋଇଥାଏ। ଏହିକାରଣରୁ ଏହି ସମୟରେ ବ୍ୟକ୍ତିମାନେ ଭଲ କାମ କରିବା ଉଚିତ।

sani devଏହି ସମୟରେ ମଦ, ମାଂସ ସେବନ କରିବା ଅନୁଚିତ। କୁହାଯାଇଥାଏ ମାଂଯସ ଖାଇବା ଦ୍ୱାରା ହତ୍ୟାର ପାପ ଲାଗିଥାଏ। ଶନିଙ୍କ ଦୃଷ୍ଟି ପଡିବା ସମୟରେ ହିଂସାତ୍ମକ ଗତିବିଧି ଠାରୁ ଦୂରେଇ ରହିବା ଉଚିତ। ମହିଳାଙ୍କ ସହ ଅସଭ୍ୟ ବ୍ୟବହାର ଏବଂ ଅଭଦ୍ର ଶଦ୍ଧ ବ୍ୟବହାର କରିବା ଅନୁଚିତ। ଶନି ଭଗବାନଙ୍କୁ ପକ୍ଷୀ ଅତ୍ୟନ୍ତ ପ୍ରିୟ। ଏହି କାରଣରୁ କୁଣ୍ଡଳୀରେ ଶନିଙ୍କ ଯୋଗ ଥିବା ସମୟରେ କୌଣସିବି ପକ୍ଷୀକୁ ବନ୍ଦୀ କରି ରଖନ୍ତୁ ନାହିଁ କିମ୍ବା ତା ଉପରେ କୌଣସି ଅତ୍ୟାଚାର କରନ୍ତୁ ନାହିଁ। ସେହିଭଳି ଏହି ସମୟରେ ଜୁଆ ଖେଳିବା ଅନୁଚିତ। କୌଣସି ବ୍ୟକ୍ତିଙ୍କୁ ଜାଣିଶୁଣି ଅସୁବିଧାରେ ପକାନ୍ତୁ ନାହିଁ। ଏଥିସହ ମାତା-ପିତା ଏବଂ ଗୁରୁଜନଙ୍କ ସେବା କରନ୍ତୁ।

Leave A Reply

Your email address will not be published.