Door Step Banking ର ଉଠାନ୍ତୁ ଫାଇଦା, ଏବେ Union Bank Of India କଲା ନୂଆ ଆରମ୍ଭ

କରୋନା ଲକଡାଉନ୍‌ ବେଳଠୁ ଦେଶର କେତେକ ବ୍ୟାଙ୍କ ଘରେ ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗାଇ ଆସୁଛନ୍ତି। ସେପ୍ଟେମ୍ବର ମାସରୁ ଏହି ସୁବିଧା ଆରମ୍ଭ ହୋଇଛି। ସେତେବେଳେ ଏସ୍‌ବିଆଇ ସମେତ ଆଉ କିଛି ବ୍ୟାଙ୍କ ନିଜ ନିଜ ଗ୍ରାହକଙ୍କୁ ଏହି ସବୁ ସୁବିଧା ଦେବା ଆରମ୍ଭ କରିଥିଲେ। ତେବେ ଏହି ଧାରାରେ ଏବେ ଆଉ ଏକ ବ୍ୟାଙ୍କ ଯୋଡ଼ି ହୋଇଛି। ଏବେ ୟୁନିଅନ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ନିଜ ଗ୍ରାହକଙ୍କୁ ଘରେ ବ୍ୟାଙ୍କିଂ ସେବା ଦେବା ଆରମ୍ଭ କରିଛି।

ଏହି ପଦକ୍ଷେପ () ରିଫର୍ମର ଏକ ଅଂଶ, ଯାହାକୁ ବିତ୍ତ ସେବା ବିଭାଗ ୨୦୧୮ରେ ଆରମ୍ଭ କରିଥିଲା। ବିତ୍ତୀୟ ସେବାର ସଚିବ ଦେବାଶିଷ ପଣ୍ଡା କହିଛନ୍ତି ଏହି ସେବା ଆରମ୍ଭ ହେବା ପରେ ଏବେ ଯେକୌଣସି ଲୋକ ଘରେ ବସି ବ୍ୟାଙ୍କିଂ ସୁବିଧାର ଫାଇଦା ଉଠାଇପାରିବେ।

କି କି ସୁବିଧା ମିଳିବ:

  • ଟଙ୍କା ନେଣ-ଦେଣ କରିପାରିବେ।
  • ଚେକ୍‌ ନେବା, ଚେକ୍‌ବୁକ୍‌ ନେବା, ଡ୍ରାଫ୍ଟ ଦେବା ଭଳି କାମ କରିପାରିବେ।
  • ଇନ୍‌କମ୍‌ ଟ୍ୟାକ୍ସ ସମ୍ବନ୍ଧୀୟ କାମ କରିପାରିବେ।
  • ଜୀବନ ପ୍ରମାଣ ପତ୍ର ଜମା କରିବା ସୁବିଧା।
  • ଗୋଟିଏ ଦିନରେ ୧ ହଜାରରୁ ୨୦ ହଜାର ପର୍ଯ୍ୟନ୍ତ କ୍ୟାସ୍‌ ଟ୍ରାନ୍‌ଜାକ୍ସନ୍‌ କରିପାରିବେ।
  • ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ
  • ଡ୍ରାଫ୍ଟ କିମ୍ବା ଫର୍ମ ୧୬ ପ୍ରମାଣ ପତ୍ର
Leave A Reply

Your email address will not be published.